Categories: ଜାତୀୟ

ୟୁପି ଆକାଶରେ ବିରଳ ୧୫ କିଲୋମିଟର ଲମ୍ବ ବାଦଲ…

ଲକ୍ଷ୍ନୌ,୧୨।୯ : ଗତ ଦୁଇ ଦିନ ଧରି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷୌ୍ନ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଲଗାତାର ବର୍ଷା ଏବଂ ବଜ୍ରପାତ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଲୋକମାନେ ସେମାନଙ୍କ ଜୀବନରେ ପ୍ରଥମ ଥର ପାଇଁ ନିଜ ସହରର ଆକାଶରେ ଏତେ ସଂଖ୍ୟକ ବଜ୍ରପାତ ଏବଂ ମେଘ ଦେଖିଲେ ।

କେନ୍ଦ୍ରୀୟ ଉତ୍ତରପ୍ରଦେଶ ସମେତ ବୁନ୍ଦେଲଖଣ୍ଡ ଅଞ୍ଚଳରେ ବର୍ଷା ଏବଂ ପାଣିପାଗର ଏହି ପରିବର୍ତ୍ତିତ ଢାଞ୍ଚାରେ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଉତ୍ତରପ୍ରଦେଶର ଏହି ଅଞ୍ଚଳରେ ସାଇକ୍ଲୋନିକ ପ୍ରଭାବ ଯୋଗୁ”କ୍ଲୁମିଲୋନିମ୍ବସ ମେଘ” ସୃଷ୍ଟି ହୋଇଛି। । ଯାହାର ଲମ୍ବ ପନ୍ଦର କିଲୋମିଟରରେ ପହଞ୍ଚିଛି। ଏହାର କାରଣ ହେଉଛି ମେଘର ଅଧିକ ଘନତା ଏବଂ ଅଧିକ ଲମ୍ବ ହେତୁ କେବଳ ଲଗାତାର ବର୍ଷା ନୁହେଁ, ଏହି ଅଞ୍ଚଳରେ ଆକାଶରେ ମଧ୍ୟ ସର୍ବାଧିକ ସଂଖ୍ୟକ ବଜ୍ରପାତ ହେଉଛି ।

ସେ କହିଛନ୍ତି ଉତ୍ତର ପ୍ରଦେଶର କେନ୍ଦ୍ର ଅଞ୍ଚଳ, ମଧ୍ୟପ୍ରଦେଶର ଉତ୍ତର ଅଞ୍ଚଳ ସମେତ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଏହି ବାଦଲ ରହିଛି। ଏହା ଦ୍ୱାରା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛିି। ଲମ୍ବ ମେଘ ମଧ୍ୟରେ ଧକ୍କା ଯୋଗୁ ପ୍ରଚଣ୍ଡ ବଜ୍ରପାତ ସୃଷ୍ଟି ହେଉଥିବା ସେ କହିଛନ୍ତି।

Share