ବଲାଙ୍ଗୀର ବାଳକଙ୍କ ବିରଳ କୃତିତ୍ୱ

ବଲାଙ୍ଗୀର ଅଫିସ, ୬ା୧: କମ୍ପ୍ୟୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ବଲାଙ୍ଗୀରର ୭ବର୍ଷର ବାଳକ ଭେଙ୍କଟରମଣ ପଟ୍ଟନାୟକ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ ବିଶ୍ୱ ସ୍ବୀକୃତ ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ୍‌ (ଏମ୍‌ଟିଏ) ପ୍ରୋଗ୍ରାମିଂ ପରୀକ୍ଷାରେ ପ୍ରମାଣପତ୍ର ହାସଲ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଆଡଟେକ୍‌ କମ୍ପାନୀ କୋଡ୍‌ନେଷ୍ଟରେ ଯୋଗଦେଇ ଭେଙ୍କଟରମଣ ଜାଭା, ପାଇଥନ୍‌, ଜାଭାସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ୍‌, ସିଏସ୍‌ଏସ୍‌ ଏବଂ ଡାଟାବେସ୍‌ରେ ମାଇକ୍ରୋସଫ୍ଟରୁ ଏମ୍‌ଟିଏ ପରୀକ୍ଷା ପ୍ରମାଣପତ୍ର ହାସଲ କରିଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅଧିକାଂଶ ଫୁଲ୍‌ଷ୍ଟାକ୍‌ ଡେଭଲପମେଣ୍ଟ ଛାତ୍ରମାନେ ଇଞ୍ଜିନିୟରିଂ ପାସ୍‌ କିମ୍ବା ଟେକ୍‌ ଗ୍ରେଡ୍‌ ଅଟନ୍ତି। ମାତ୍ର ୭ବର୍ଷର ଭେଙ୍କଟରମଣ ଏହି ଯୋଗ୍ୟତା ହାସଲ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଛନ୍ତି ା
ଫୁଲ୍‌ଷ୍ଟାକ୍‌ ଟ୍ରେନିଂ ପ୍ରୋଗ୍ରାମରେ ନାମ ଲେଖାଇବାକୁ ତାଙ୍କ ବାପା ଜୁଲାଇ ୨୦୨୦ରେ କୋଡ୍‌ନେଷ୍ଟ ସିଇଓଙ୍କୁ ଯୋଗାଯୋଗ କରିଥିଲେ। ସେ କୋଡ୍‌ନେଷ୍ଟରୁ ଫୁଲ୍‌ଷ୍ଟାକ୍‌ ଡେଭଲପମେଣ୍ଟ ମଡ୍ୟୁଲ୍‌ର ଜାଭା, ପାଇଥନ୍‌, ଜାଭାସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ୍‌, ସିଏସ୍‌ଏସ୍‌ ଏବଂ ଡାଟାବେସ୍‌ରେ ୬ ମାସ ପାଇଁ ଦିନକୁ ୮ ଘଣ୍ଟା ଲାଗି କଠୋର ତାଲିମ ପାଇଥିଲେ। ଅନ୍ୟ ଛାତ୍ର ଓ ଅଧ୍ୟାପକଙ୍କ ସହ ସେ ଯୋଗାଯୋଗ ସ୍ଥାପନ କରି ସଫଳତାର ସହ ଏହି ଯୋଗ୍ୟତା ହାସଲ କରିଥିଲେ। ଏଭଳି କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଯୋଗ୍ୟତା ହାସଲ କରିବାରେ ଭେଙ୍କଟରମଣ ଦେଶର ଖୁବ୍‌ ଅଳ୍ପ ବାଳକଙ୍କ ମଧ୍ୟରେ ଅନ୍ୟତମ ବୋଲି କୁହାଯାଉଛି ା ତାଙ୍କର ଏହି ସଫଳତା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ା ବଲାଙ୍ଗୀର ପ୍ୟାଲେସଲାଇନ୍‌ ନିବାସୀ କୁଳଦୀପ ପଟ୍ଟନାୟକ ଓ ଡି. ପ୍ରମିଳା କୁମାରୀଙ୍କ ପୁଅ ଭେଙ୍କଟରମଣ ୨୦୧୯ରୁ ମୋବାଇଲ୍‌ ଆପ୍‌ ଓ କୋଡିଂ ଡେଭଲପମେଣ୍ଟ କ୍ଷେତ୍ରରେ କାମ କରି ବିଳର କୃତିତ୍ୱର ଅଧିକାରୀ ହୋଇଛନ୍ତି। ଏତେ ଛୋଟ ବୟସରୁ କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଯୋଗ୍ୟତା ହାସଲ କରି ବଲାଙ୍ଗୀର ଓ ଓଡ଼ିଶା ପାଇଁ ଗୌରବ ଆଣି ଦେଇଥିବା ଭେଙ୍କଟରମଣ ଆଗକୁ ମହାକାଶ ବିଜ୍ଞାନ ଓ ରୋବୋଟିକ୍ସ କ୍ଷେତ୍ରରେ କାମ କରିବାକୁ ଯୋଜନା ରଖିଛନ୍ତି ା କୋଭିଡ୍‌-୧୯ ମହାମାରୀ କାରଣରୁ ସମଗ୍ର ଦେଶ ଲକ୍‌ଡାଉନ୍‌ ଥିବା ସମୟରେ ହ୍ବାଇଟ୍‌ ହାଟ୍‌ ଜୁନିୟର ସିଲିକନ୍‌ ଭ୍ୟାଲି ବିଜେତା ଭେଙ୍କଟରମଣ ଆମେରିକାର କାଲିଫର୍ନିଆ ଯାଇପାରି ନ ଥିଲେ ା ତଥାପି ସେ ଫୁଲ୍‌ଷ୍ଟାକ୍‌ ଡେଭଲପ୍‌ମେଣ୍ଟ ମଡ୍ୟୁଲରେ ନିଜର ଦକ୍ଷତା ପ୍ରମାଣ କରି ଏହି ବିରଳ କୃତିତ୍ୱ ହାସଲ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜଗଦ୍ଦେବଙ୍କ ବିସ୍ଫୋରକ ବୟାନ, ନବୀନଙ୍କୁ ହଟାଇବାକୁ…ରାଜନୀତିରେ ଚହଳ

ଭୁବନେଶ୍ୱର,୧୬।୪: ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏପରିକି ଦଳକୁ ନେଇ ଖୋଦ୍‌ ବିଜେଡି ନେତା ମଧ୍ୟ ବିଭିନ୍ନ ବୟାନବାଜି କରୁଛନ୍ତି। ଏଥିସହ ଦଳ...

ଜଷ୍ଟିସ୍‌ ବି.ଆର୍‌. ଗଭାଇ କିଏ? ଯିଏ ହେବେ ଭାରତର ପରବର୍ତ୍ତୀ CJI 

ନୂଆଦିଲ୍ଲୀ,୧୬।୪:  ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ବି.ଆର୍‌. ଗଭାଇଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଜଷ୍ଟିସ...

ଜାତୀୟ ରାଜପଥ କଡ଼ରେ ପଡ଼ିଛି ୨ ଅପରିଚିତ ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମଠଖାଇ ଜଙ୍ଗଲ ସନ୍ନିକଟ ବଲାଙ୍ଗୀର-ଦେଓଗାଁ ୨୬ ନଂ ଜାତୀୟ ରାଜପଥ କଡ଼ରୁ ଦୁଇଜଣ ଅପରିଚିତ ଯୁବକଙ୍କ ମୃତଦେହକୁ...

ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ଜିଲା ମୁରିବାହାଲ ଥାନା କର୍ଲା ଗାଁରୁ ଏକ ନବଜାତ ଶିଶୁକନ୍ୟାକୁ ଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ପୁଣିଥରେ ହଇଚଇ...

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

Tariff War:ଚାଇନା ଉପରେ ୨୪୫% ଟାରିଫ୍‌ ଲଗାଇବାକୁ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୬।୪: ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ଓ୍ବାର୍‌ ଥମିବାର ନାଁ ଧରୁନି। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ଦଲିଲରେ କୁହାଯାଇଛି,ଆମେରିକା ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image