Posted inଫୁରସତ

୧୨ ବର୍ଷରେ ଥରେ ଫୁଟୁଛି ଦୁର୍ଲଭ ଫୁଲ

ଚେନ୍ନାଇ: ତାମିଲନାଡ଼ୁ କ୍ୟାଡର୍‌ ଆଇଏଏସ୍‌ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ତାଙ୍କ ଏକ୍ସ’ ଆଇଡିରେ କିଛି ଦୁର୍ଲଭ ପ୍ରଜାତିର ଫୁଲ ଗଛଗୁଡ଼ିକର ଫଟୋ ଶେୟାର କରିଛନ୍ତି। ପୋଷ୍ଟର କ୍ୟାପ୍‌ଶନ୍‌ରେ ସୁପ୍ରିୟା ଲେଖିଛନ୍ତି, ଏହା ହେଉଛି ତାମିଲନାଡ଼ୁର ନୀଳଗିରି ପର୍ବତରେ ପ୍ରତି ୧୨ ବର୍ଷକୁ ଥରେ ଫୁଟୁଥିବା ଦୁର୍ଲଭ ‘ନୀଳକୁରିଞ୍ଜି’ ଫୁଲ। ପ୍ରତି ୧୨ ବର୍ଷର ଚକ୍ରରେ କେବଳ ଥରୁଟିଏ ଏହି ଫୁଲ ଫୁଟିଥାଏ ବୋଲି ସୁପ୍ରିୟା କହିଛନ୍ତି। ଏହା ଦେଖିବାକୁ ନୀଳ ରଙ୍ଗର ହୋଇଥିବାରୁ ଏହାର ନାମ ‘ନୀଳକୁରିଞ୍ଜି’ ରଖାଯାଇଛି। ଚଳିତ ବର୍ଷ ଇଣ୍ଟରନ୍ୟାଶନାଲ ୟୁନିୟନ୍‌ ଫର୍‌ କଞ୍ଜରଭେଶନ୍‌ ଅଫ୍‌ ନେଚର୍‌ (ଆଇୟୁସିଏନ୍‌) ଦ୍ୱାରା ନୀଳକୁରିଞ୍ଜି ଫୁଲକୁ ବିପଦପୂର୍ଣ୍ଣ ପ୍ରଜାତିର ରେଡ୍‌ କାଟେଗୋରି ତାଲିକାରେ ସାମିଲ କରାଯାଇଛି। ତେଣୁ ରାଜ୍ୟ ସରକାର ନୀଳକୁରିଞ୍ଜି ଫୁଲର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା ସହ ଏହାକୁ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସଙ୍କ ଚିତ୍ର ଆଙ୍କିଲେ ରୋଗୀ

ନୂଆଦିଲ୍ଲୀ: ପ୍ରାଞ୍ଜଳୀ ଚଭନ ନାମ୍ନୀ ଜଣେ ଡିଜିଟାଲ ଆର୍ଟିଷ୍ଟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଏକ ହସ୍ପିଟାଲରେ କିଛି ଦିନ ପାଇଁ ଭର୍ତ୍ତି ହୋଇଥିଲେ। ସେ ଏହି...

ସାରା ବିଶ୍ୱକୁ କେଶ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରେ ଭାରତ, ମୁଣ୍ଡନ ପାଇଁ ଏହି ମନ୍ଦିର କରେ ସର୍ବାଧିକ ଆୟ

ନୂଆଦିଲ୍ଲୀ,୨୯।୯: କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ଥିବା କେଶ ତାଙ୍କ ବ୍ୟକ୍ତିତ୍ୱକୁ ବୁଝାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ କେଶ ବଜାରର ଦାମ୍‌...

ଏତେ ଉଚ୍ଚା ଟ୍ରାଇ ସାଇକେଲ!

ଛୋଟବେଳେ ଯେବେ ପିଲାମାନେ ସାଇକେଲ ଚଲାଇବା ଆରମ୍ଭ କରନ୍ତି ତାଙ୍କ ପାଇଁ ପ୍ରଥମେ ଟ୍ରାଇ ସାଇକେଲ ଅଣାଯାଏ। କାରଣ ଏହି ସାଇକେଲ ନିରାପଦ ତଥା ଏହା...

ଏମିତି ଏକ ଗାଁ, ଯେଉଁଠି ଘର ଛାଡି ଆସିଥିବା ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ଖାଇବା-ରହିବା ସବୁ ମାଗଣା

ସାରା ଦୁନିଆରେ ପ୍ରେମକୁ ନେଇ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ...

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର

ଭୁବନେଶ୍ବର ପଟିଆ ଅଞ୍ଚଳରେ ମୁଁ ରୁହେ। ବାପା ଡା. ରାମଚନ୍ଦ୍ର ପଟ୍ଟନାୟକ ଓ ମା’ ବାସନ୍ତୀ ପଟ୍ଟନାୟକଙ୍କର ମୁଁ ହେଲି ଏକମାତ୍ର ପୁଅ ପୁଣି ସବୁଠୁ...

ମୃତ୍ୟୁଦଣ୍ଡ ଦେବା ପରେ ଜଜ୍‌ କାହିଁକି ଭାଙ୍ଗିଦିଅନ୍ତି କଲମ, ଜାଣନ୍ତୁ ଏହା ପଛର ବଡ଼ କାରଣ…

ଯେତେବେଳେ ଜଣେ ଜଜ୍‌ କାହାକୁ ମୃତ୍ୟୁ ଦଣ୍ଡାଦେଶ ଦିଅନ୍ତି, ଏହା ପରେ ସେ ତାଙ୍କ କଲମ ଭାଙ୍ଗିଦିଅନ୍ତି। କିନ୍ତୁ ଏହା ପଛର କାରଣ ଜାଣନ୍ତି କି?...

ଗାନ୍ଧୀ ମନ୍ଦିର

ଜାତିର ପିତା ମହାତ୍ମାଗାନ୍ଧୀ ସ୍ବାଧୀନତା ଆନ୍ଦୋଳନ ସମୟରେ ଏକାଧିକଥର ଓଡ଼ିଶା ଆସିଥିବାବେଳେ ତାଙ୍କ ପଦଯାତ୍ରାରେ ସାମିଲ ହୋଇଥିଲେ ଓଡ଼ିଶାର ବହୁ ସ୍ବାଧୀନତା ସଂଗ୍ରାମୀ। ପରବର୍ତ୍ତୀ ସମୟରେ...

ସର୍ବଶ୍ରେଷ୍ଠ ସାମରିକ ଅପରେଶନ

୨୮ ସେପ୍ଟେମ୍ବର ୨୦୧୬। ଏହି ଦିନ ରାତିରେ ସମଗ୍ର ଦେଶ ଶୋଇଥିଲା, କିନ୍ତୁ ଚଳଚଞ୍ଚଳ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ। ପାକିସ୍ତାନ ସୀମାରେ ପ୍ରବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri