ବଡ଼ବିଲରେ ଫୁଟିଛି ଦୁର୍ଲଭ ସହସ୍ର ଦଳ କମଳ

ବଡ଼ବିଲ,୨।୪ (ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପିଏଚ୍‌ଡିସ୍ଥିତ ଐକ୍ୟକ୍ଷେତ୍ର ପରିସରରେ ଫୁଟିଛି ଦୁର୍ଲଭ ସହସ୍ର ଦଳ କମଳ ବା ଏକ ହଜାର ପାଖୁଡା ବିଶିଷ୍ଟ ପଦ୍ମଫୁଲ। ପ୍ରକୃତିପ୍ରେମୀ ବିଜୟ ମହାନ୍ତିଙ୍କ ଚେଷ୍ଟାରେ ଏଭଳି ଦୁର୍ଲଭ ଫୁଲ ଦେଖିବାକୁ ମିଳିଛି। ବିଦେଶରୁ ଆମଦାନୀ ହୋଇଥିବା ଉକ୍ତ ପଦ୍ମଫୁଲର କନ୍ଦାକୁ ସେ ଗତ ବର୍ଷ କୋଲକାତାରୁ ଆଣିଥିଲେ। ଏକ ଡ୍ରମରେ ପାଣି ମାଟି ମିଶାଇ ପଙ୍କ ସୃଷ୍ଟି କରିବା ସହ କନ୍ଦାକୁ ରୋପଣ କରିଥିଲେ। ଶୁକ୍ରବାର ଆକର୍ଷଣୀୟ ଗୋଲାପୀ ରଙ୍ଗର ଏହି ହଜର ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲଟି ଫୁଟିଥିଲା। ଏହାକୁ ଦେଖିବାକୁ ବିଜୟଙ୍କ ବଗିଚାରେ ଲୋକମାନଙ୍କର ଭିଡ଼ ଜମିଥିଲା। ତାଙ୍କ ବଗିଚାରେ ପଦ୍ମ, କଇଁ ଓ ଅନ୍ୟାନ୍ୟ ଫୁଲଗଛ ଲଗାଇଛନ୍ତି।

Share