Categories: ବାଣିଜ୍ୟ

ବନ୍ଧନ ବ୍ୟାଙ୍କର ବିରଳ ମାଇଲଖୁଣ୍ଟ

ଭୁବନେଶ୍ୱର,୧୦।୭: ଗତ ୮ ବର୍ଷ ମଧ୍ୟରେ ବନ୍ଧନ ବ୍ୟାଙ୍କ ଅନେକ ସଫଳତା ହାସଲ କରିଛି। ଏପରିକି ବ୍ୟାଙ୍କର କାରବାର ଆରମ୍ଭରୁ ଆଜି ମଧ୍ୟରେ ( ୮ବର୍ଷରୁ କମ ସୟମ) ଶାଖା ସଂଖ୍ୟାରେ ୩ ଗୁଣା ବୃଦ୍ଧି ହୋଇଛି। ମାଇଲଖୁଂଟ ହାସଲ କରାଯାଇଛି। ବ୍ୟାଙ୍କର ଏବେ ମୋଟ ଉପରେ ୧୫୦୦ରୁ ଅଧିକ ଶାଖା ରହିଛି। ଅନ୍ୟ ୪୫୦୦ ବ୍ୟାଙ୍କିଙ୍ଗ ୟୁନିଟ୍‌କୁ ନେଇ ବ୍ୟାଙ୍କର ମୋଟ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌ ସଂଖ୍ୟା ଏବେ ସାରା ଦେଶରେ ୬୦୦୦ରୁ ଅଧିକ ହୋଇଛି। ୨୦୧୫ ଅଗଷ୍ଟ ୨୩ରେ ୫୦୧ ଶାଖା ସହ ବ୍ୟାଙ୍କ ଏହାର ଯାତ୍ରା ଆର ମ୍ଭ କରିଥିଲା। ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଚନ୍ଦ୍ରଶେଖର ଘୋଷ କହିଛନ୍ତି, ବ୍ୟାଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଆମ ଉପରେ ସାରା ଭାରତର କୋଣ ଅନୁକୋଣରୁ ଗ୍ରାହକମାନେ ପ୍ରକଟ କରିଥିବା ବିଶ୍ୱାସ ଓ ଭରସାର ଫଳ ସ୍ବରୂପ ଗତ ୮ ବର୍ଷ ଭିତରେ ବ୍ୟାଙ୍କ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ସମସ୍ତଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା ଲାଗି ଭାରତରେ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌କୁ ଅଧିକ ସ୍ଥାନରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ଆମର ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଙ୍କ ନେଟ୍‌ୱର୍କ ଓ ଡିଜିଟାଲ୍‌ ସେବା ସହିତ ଆମ ମୂଲ୍ୟବାନ ଗ୍ରାହକମାନଙ୍କ ଲାଗି ସୁବିଧା,ସୁରକ୍ଷାରେ ଆହୁରି ଉନ୍ନତି ଆଣିବା ଲାଗି ବନ୍ଧନ ବ୍ୟାଙ୍କ ପ୍ରତିବଦ୍ଧ ରହିଛି। ସମ୍ପତି ବୁକ୍‌ ଓ ଭୌଗୋଳିକ ଉପସ୍ଥିତିରେ ବିବିଧତା ଆଣିବା ଯାତ୍ରାରେ ବ୍ୟାଙ୍କ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବ୍ୟାଙ୍କ ଏହାର ସିକ୍ୟୁରଡ୍‌ ଋଣ ଭାଗ ମଧ୍ୟ ବଢ଼ାଉଛି। ବ୍ୟାଙ୍କ ପକ୍ଷରୁ ଆକର୍ଷଣୀୟ ସୁଧ ହାରରେ ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଏବଂ ଦୁଇ ଚକିଆ ଋଣ ଭଳି ଖୁଚୁରା ଉପତ୍ାଦ ପ୍ରଦାନ କରାଯାଉଛି। ଗ୍ରାହକମାନଙ୍କ ସୁବିଧା ଲାଗି ବ୍ୟାଙ୍କ ପକ୍ଷରୁ ନିକଟରେ ନିଓ ପ୍ଲସ୍‌ ଡିଜିଟାଲ୍‌ ସେଭିଂ ବ୍ୟାଙ୍କ ଖାତା ନାମରେ ସମ୍ପୂର୍ଣ୍ଣ ଡିଜିଟାଲ୍‌ ସଂଚୟ ଖାତାର ଶୁଭାରମ୍ଭ କରାଯାଇଛି।

 

Share