ଆଜି ଦୃଶ୍ୟମାନ ହେବ ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’

ୱାଶିଂଟନ,୧୯।୮: ଚଳିତ ବର୍ଷ ରାଖୀ ପୂର୍ଣ୍ଣିମା ଅବସରରେ ଭାରତରେ ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’ ଦୃଶ୍ୟମାନ ହେବ। ସୋମବାର ଭାରତରେ ସୁପର ମୁନ୍‌ ଏବଂ ବ୍ଲ୍ୟୁ ମୁନ୍‌ର ବିରଳ ମିଶ୍ରଣ ଦେଖିବାକୁ ମିଳିବ, ଯାହା ଏକ ଅସାଧାରଣ ଜ୍ୟୋତିର୍ବିଜ୍ଞାନ ଘଟଣା ବୋଲି ଆମେରିକୀୟ ମହାକାଶ ସଂସ୍ଥା(ନାସା) ପକ୍ଷରୁ କୁହାଯାଇଛି। ପୂର୍ଣ୍ଣିମା ସମୟରେ ଯେତେବେଳେ ଚନ୍ଦ୍ର ୯୦%ରୁ ଅଧିକ ପୃଥିବୀର ନିକଟତର ହୋଇଥାଏ, ସେତେବେଳେ ସୁପର ମୁନ୍‌ ଦୃଶ୍ୟମାନ ହୋଇଥାଏ। ସୁପରମୁନ ଶବ୍ଦର ଆବିଷ୍କାର ୧୯୭୯ରେ ଜ୍ୟୋତିର୍ବିଜ୍ଞାନୀ ରିଚାର୍ଡ ନୋଲ୍ଲେ କରିଥିଲେ। ସୁପରମୁନରେ ଚନ୍ଦ୍ର ସାମାନ୍ୟଠାରୁ ୩୦% ଅଧିକ ଉଜ୍ଜ୍ୱଳ ରହିବା ସହ ଆକାରରେ ୧୪% ବଡ଼ ଦେଖାଯାଇଥାଏ ବୋଲି ନାସା କହିଛି। ସେହିପରି ବ୍ଲ୍ୟୁ ମୁନ୍‌ ୨ ପ୍ରକାରର ହୋଇଥାଏ। ଗୋଟିଏ ଋତୁଭିତ୍ତିକ ଏବଂ ଅନ୍ୟଟି ମାସଭିତ୍ତିକ ହୋଇଥାଏ ବୋଲି ନାସା ପକ୍ଷରୁ କୁହାଯାଇଛି। ତେବେ ଏହାର ନୀଳ ରଙ୍ଗ ସହ କୌଣସି ସମ୍ପର୍କ ନ ଥାଏ। ଯେତେବେଳେ କୌଣସି ଋତୁରେ ୪ଟି ପୂର୍ଣ୍ଣିମା ପଡ଼ିଥାଏ, ତୃତୀୟ ପୂର୍ଣ୍ଣିମାକୁ ଋତୁଭିତ୍ତିକ ବା ‘ସିଜନାଲ ବ୍ଲ୍ୟୁ ମୁନ୍‌’ କୁହାଯାଏ। ସେହିପରି ଦ୍ୱିତୀୟ ପ୍ରକାରର ବ୍ଲ୍ୟୁ ମୁନ୍‌ ମାସଭିତ୍ତିକ ହୋଇଥାଏ। ଯେତେବେଳେ ଗୋଟିଏ ମାସରେ ୨ଟି ପୂର୍ଣ୍ଣିମା ପଡ଼ିଥାଏ, ସେତେବେଳେ ଦ୍ୱିତୀୟ ପୂର୍ଣ୍ଣିମାକୁ ମାସଭିତ୍ତିକ ବା ‘ମନ୍ଥଲି ବ୍ଲ୍ୟୁ ମୁନ୍‌’ କୁହାଯାଏ। ପ୍ରଥମ ଥର ପାଇଁ ୧୫୨୮ରେ ‘ମନ୍ଥଲି ବ୍ଲ୍ୟୁ ମୁନ୍‌’ ଦେଖାଯାଇଥିବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧୯୪୦ରୁ ଗୋଟିଏ ମାସରେ ଦ୍ୱିତୀୟ ପୂର୍ଣ୍ଣିମା ଥିବା ଦିନକୁ ମଧ୍ୟ ବ୍ଲ୍ୟୁ ମୁନ୍‌ କୁହାଯାଉଛି।
ଗବେଷକମାନେ କହିଛନ୍ତି ଏହି ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’ ପୂରା ବିଶ୍ୱରେ ଦେଖିବାକୁ ମିଳିବ। ବିଶ୍ୱବ୍ୟାପୀ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଅଲଗା ଅଲଗା ସମୟରେ ‘ସୁପର ବ୍ଲ୍ୟୁ ମୁନ୍‌’କୁ ଦେଖାଯାଇପାରିବ। ଭାରତରେ ଏହା ସୋମବାର ରାତ୍ରି ୧୧.୫୬ରୁ ମଙ୍ଗଳବାର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ‘ସୁପର ବ୍ଲ୍ୟୁ ମୁନ’କୁ ଦେଖିବା ପାଇଁ ଏପରି ସ୍ଥାନ ବାଛିବା ଆବଶ୍ୟକ, ଯେଉଁଠାରୁ ଆକାଶ ସଫା ଦେଖାଯାଉଥିବ ଏବଂ ବାୟୁ ପ୍ରଦୂଷଣର ମାତ୍ରା କମ୍‌ ଥିବ। ସହରର ଆଲୋକରୁ ଦୂରରେ ରହିଲେ ଏହା ଅଧିକ ସ୍ପଷ୍ଟ ଦେଖାଯିବ ବୋଲି ନାସାର ଅବସରପ୍ରାପ୍ତ ବୈଜ୍ଞାନିକ ଗାର୍ଡନ ଜନଶନ୍‌ କହିଛନ୍ତି। ଯଦିଓ ଖାଲିଆଖିରେ ସୁପର ମୁନ୍‌କୁ ଦେଖାଯାଇପାରିବ ତେବେ ଦୂରବୀକ୍ଷଣ ଯନ୍ତ୍ର କିମ୍ବା ବାଇନାକୁଲାର ଜରିଆରେ ଚନ୍ଦ୍ରପୃଷ୍ଠର ଏହି ବିରଳ ଦୃଶ୍ୟକୁ ଦେଖିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri