ଜାପାନର ସମଲିଙ୍ଗୀଙ୍କ ପାଇଁ ଆଶାର କିରଣ, ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧକକୁ ଅସାମ୍ବିଧାନିକ କହିଲେ କୋର୍ଟ…

ଟୋକିଓ,୮।୬ : : ଜାପାନର ଏକ କୋର୍ଟ ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧକକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଏହା ଦ୍ୱାରା ଜାପାନର ଏଲଜିବିଟି ସମ୍ପ୍ରଦାୟ ମଧ୍ୟରେ ଆଶାର କିରଣ ଦେଖାଦେଇଛି। ଜାପାନର ଫୁକୁଓକା ଜିଲା କୋର୍ଟ ଗୁରୁବାର କହିଛନ୍ତି ସମଲିଙ୍ଗୀ ବିବାହକୁ ଅନୁମତି ନ ଦେବା ଅସାମ୍ବିଧାନିକ। ଜାପାନ ଭିତ୍ତିକ ଏନଏଚକେ ବ୍ରଡକାଷ୍ଟର ଏହି ସୂଚନା ଦେଇଛି।

ଏହାର ଏକ ସପ୍ତାହ ପୂର୍ବରୁ ଜାପାନର ଏକ ଜିଲା କୋର୍ଟ କହିଥବଲେ ସମଲିଙ୍ଗୀ ବିବାହକୁ ଅନୁମତି ନ ଦେବା ଅସାମ୍ବିଧାନିକ।

ଜାପାନ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଏ ନାହିଁ । ଏଲଜିବିଟି ସମ୍ପ୍ରଦାୟ ଲୋକଙ୍କ ପାଇଁ ଅନ୍ୟାନ୍ୟ ସମାନ ଅଧିକାର ସୁରକ୍ଷା ମଧ୍ୟ ପ୍ରଦାନ କରେ ନାହିଁ । ତଥାପି, ଜାପାନରେ ଏଲଜିବିଟି ସମ୍ପ୍ରଦାୟ ପାଇଁ କୋର୍ଟଙ୍କର ଏଭଳି ନିଷ୍ପତ୍ତି ଆଶାର କିରଣ ପାଲଟିଛି। ସମଲିଙ୍ଗୀ ବିବାହ ସମ୍ବନ୍ଧରେ ଜାପାନରେ ବର୍ତ୍ତମାନ ପାଞ୍ଚଟି ନିୟମ ରହିଛି।

ଏଠାରେ, ଜାପାନରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଦେଶରେ ସମଲିଙ୍ଗୀ ବିବାହ ଉପରେ ନିଷେଧାଦେଶ ବଜାୟ ରଖିବା ସମାଜ ପାଇଁ କ୍ଷତିକାରକ, କାରଣ ସମଲିଙ୍ଗୀ ବିବାହ ପାଇଁ ଆଇନଗତ ସଂରକ୍ଷଣର ଅଭାବ ସେମାନଙ୍କ ମାନବିକ ଅଧିକାରର ଉଲ୍ଲଂଘନ କରୁଛି।

ଏଥିସହ, ମତଦାନରୁ ଜଣାପଡିଛି ଜାପାନର ପ୍ରାୟ ୭୦ ଜନସାଧାରଣ ସମଲିଙ୍ଗୀ ବିବାହକୁ ସମର୍ଥନ କରିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ରକ୍ଷଣଶୀଳ ଶାସକ ଦଳ ଏହାକୁ ବିରୋଧ କରୁଛନ୍ତି।
ଗତ ମାସରେ ଜାପାନରେ ଅନୁଷ୍ଠିତ ଜି -୭ ନେତାଙ୍କ ସମ୍ମିଳନୀରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଆମେରିକା ସମେତ ଜି -୭ ଦେଶଗୁଡିକ ଦ୍ୱାରା ଏହି ପ୍ରସଙ୍ଗକୁ ଜୋରଦାର ପ୍ରଶ୍ନ କରାଯାଇଥିଲା, କିନ୍ତୁ ଜାପାନର ପ୍ରଧାନମନ୍ତ୍ରୀ କିଶିଦା ଏହା ଉପରେ ନୀରବ ରହିଥିଲେ।

Share