Categories: ଖେଳ

କ୍ରିକେଟର ‘ଚୌକା କିଙ୍ଗ୍‌’, ୫୫ ବର୍ଷ ରେକର୍ଡ ଆଜି ବି ଅତୁଟ

ଇଂଲଣ୍ଡର ବାମହାତୀ ଓପନର୍‌ ଜନ ଏଡ୍ରିଚଙ୍କର ନାମରେ ଏକ ରେକର୍ଡ ଅଛି ଯାହା ଆଜି ବି ଅକ୍ଷୁର୍ଣ୍ଣ ରହିଛି। ସେ ଟେଷ୍ଟ ମ୍ୟାଚ୍‌ର ଏକ ଇନିଂସରେ ସର୍ବାଧିକ ଚୌକା ମାରିବାରେ ଅନନ୍ୟ ରେକର୍ଡ ରଖିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୮ରୁ୧୩ ଜୁଲାଇ ୧୯୬୫ରେ ଲିଡସ ଟେଷ୍ଟରେ ଏଡ୍ରିଚ ଅପରାଜିତ ୩୧୦ ସ୍କୋର କରିଥିଲେ। ଏହି ଇନିଂସରେ ସେ ୫୨ ଚୌକା ଓ ୫ଟି ଛକା ସ୍କୋର କରିଥିଲେ। ସେ ଏହି ତ୍ରିଶତକରେ ଚୌକା ଓ ଛକା ସହିତ ୨୩୮ ରନ ସ୍କୋର କରିଥିଲେ, ଅର୍ଥାତ୍‌ ଇନିଂସରେ ୭୭% ରନ ଚୌକା ଏବଂ ଛକା ସହାୟତା କରିଥିଲେ।
ଟେଷ୍ଟର ଗୋଟିଏ ଇନିଂସରେ ସର୍ବଧିକ ଚୌକା ମାରିଥିବା ଖେଲାଳି
ଜନ ଏଡ୍‌ରିଚ (ଇଂଲଣ୍ଡ) – ୫୨ ଚୌକା, ୫ ଛକା (୩୧୦*), ଲିଡସ, ନ୍ୟୁଜିଲ୍ୟାଣ୍ଡ – ୧୯୬୫)
ବିରେନ୍ଦ୍ର ସେହ୍ବାଗ (ଭାରତ) – ୪୭ ଚୌକା, ୧ ଛଅ (୨୫୪) ଲାହୋର, ପାକିସ୍ତାନ – ୨୦୦୬)

ଡନ ବ୍ରାଡମ୍ୟାନ (ଅଷ୍ଟ୍ରେଲିଆ) -୪୬ ଚୌକା (୩୩୪), ଲିଡସ, ଇଂଲଣ୍ଡ ବନାମ ୧୯୩୦

ବ୍ରାଏନ ଲାରା (ୱେଷ୍ଟଇଣ୍ଡିଜ) – ୪୫ ଚୌକା (୩୭୫), ସେଣ୍ଟ ଜନ୍ସ, ବନାମ ଇଂଲଣ୍ଡ – ୧୯୯୪)

ଭିଭିଏସ ଲକ୍ଷ୍ମଣ (ଭାରତ) – ୪୪ ଚୌକା (୨୮୧), କୋଲକାତା, ବନାମ ଅଷ୍ଟ୍ରେଲିଆ – ୨୦୦୧)

Share