Categories: ଫୁରସତ

କାଚ ବୋତଲ ଉପରେ ଚାଲି ରେକର୍ଡ

ବେଜିଂ: ଲୋକଙ୍କ ପାଖରେ ଅନେତ ଅନ୍ତର୍ନିହିତ ଗୁଣ ଭରି ରହିଥାଏ। କିଛି ଜଣ ତାଙ୍କର ଏହି ଗୁଣକୁ ପରଖି ସମସ୍ତଙ୍କ ସମ୍ମୁଖରେ ରଖିଥାନ୍ତି। ତାଙ୍ଗ ୟୁହି ନାମକ ଜଣେ ଯୁବତୀ ନିକଟରେ ଖୁବ୍‌ କମ୍‌ ସମୟ ମଧ୍ୟରେ କାଚ ବୋତଲ ଉପରେ ଚାଲି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ରିପୋର୍ଟ ମୁତାବକ, ଚାଇନାର ଯୁବତୀ ଇଟାଲୀରେ ଆୟୋଜିତ ଲୋ ଶୋ ଦେଇ ରେକର୍ଡ ଶୋ’ରେ ଏହି ରେକର୍ଡ କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଯୁବତୀ ଜଣକ ୧୦ ମିଟର ଉଚ୍ଚର ଗୋଟେ କାଚ ବୋତଲ ଉପରେ ଚାଲି ଚାଲି ତାକୁ ପାର କରିଛନ୍ତି। କାଚ ଉପରେ ଚାଲି ଭାରସାମ୍ୟ ରକ୍ଷା କରିଥିବାରୁ ଏହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏଥିପାଇଁ ତାଙ୍କୁ ୨ ମିନିଟ୍‌ ୧୯ ସେକେଣ୍ଡ ସମୟ ଲାଗିଥିଲା। ସେ ଏପରି କରି ପୂର୍ବ ରେକର୍ଡକୁ ନିଜ ନାମରେ କରିଛନ୍ତି। ତେବେ ତାଙ୍କର ଏହି ପରିଶ୍ରମ ପଛରେ ତାଙ୍କ ମା’ ବାପାଙ୍କ ଆଶୀର୍ବାଦ ଥିବା ସେ କହିଥିଲେ।

Share