ଗୁଣାତ୍ମକ ଶିକ୍ଷା ପାଇଁ ମିଳିବ ନିର୍ଭରଯୋଗ୍ୟ ବିଜୁଳି

ବାଲେଶ୍ୱର,୨୨।୧୧ (ମାନସ ବିଶ୍ୱାଳ): ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିଏନଓଡିଏଲ) କେନ୍ଦୁଝର ଇଞ୍ଜିନିୟରିଂ କଲେଜ ଛାତ୍ରୀଛାତ୍ରଙ୍କ ଦୀର୍ଘଦିନ ଧରି ବିଦ୍ୟୁତ୍‌ ସରବରାହ ସମସ୍ୟାର ସମାଧାନ ହୋଇଛି ବୋଲି ବାଲେଶ୍ୱର ଜିଲା ରେମୁଣା ଗୋଲେଇସ୍ଥିତ ଟିପିଏନଓଡିଏଲ ସିଇଓ ଭାସ୍କର ସରକାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ଗତ କିଛି ମାସ ତଳେ ଏକ ଭାରି ଟ୍ରକ୍‌ ୧୧କେଭି ଓଲ୍ଡଟାଉନ ଟ୍ରଙ୍କ ଲାଇନ ଡିପି ଷ୍ଟ୍ରକଚରରେ ଧକ୍କା ହେବା ଯୋଗୁ ପୁରୁଣା ଟାଉନ ୧୧କେଭି ଫିଡ଼ରରୁ ବିଦ୍ୟୁତ ସରବରାହ ବନ୍ଦ କରାଯିବା ସହ ପୁରୁଣା ଟାଉନ ଫିଡ଼ରକୁ ନିକଟସ୍ଥ ଇଞ୍ଜିନିୟରିଂ କଲେଜ ୧୧ କେଭି ଫିଡରରେ ସଂଯୋଗ କରଯାଇଥିଲା। ପୂର୍ବରୁ ଇଞ୍ଜିନିୟରିଂ କଲେଜ ମାତ୍ର ୪କି.ମି. ଅଞ୍ଚଳକୁ ବିଦ୍ୟୁତ ବିତରଣ କରୁଥିବା ବେଳେ ଦୁର୍ଘଟଣା ପରେ ପୁରୁଣା ଟାଉନ ଫିଡ଼ରର ୪୫କି.ମି. ଅଞ୍ଚଳର ଭାର ମଧ୍ୟ ଏହି ଫିଡ଼ର ବହନ କରୁଥିଲା। ପୁରୁଣା ଟାଉନ ଫିଡ଼ରର ୪୫କି.ମି. ଗ୍ରାମାଞ୍ଚଳ ହୋଇଥିବାରୁ ବିଭିନ୍ନ ସମସ୍ୟା ଯୋଗୁ ବାରମ୍ବାର ବିଦ୍ୟୁତ ସରବରାହ ବ୍ୟାହତ ହେଉଥିଲା। ଇଞ୍ଜିନିୟରିଂ କଲେଜକୁ ଏହି ଲାଇନ ସଂଯୋଗ କରୁଥିବାରୁ ପିଲାଙ୍କ ପାଠପଢା ମଧ୍ୟ ପ୍ରଭାବିତ ହେଉଥିଲା। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ ଜରୁରୀକାଳୀନ ଭିତ୍ତିରେ ମୁଖ୍ୟ ରାସ୍ତାରେ ଥିବା ପ୍ରାୟ ୮ଶହ ଫୁଟ ଓଭରହେଡ କେବୁଲକୁ ଭୂତଳ କରିବା ସହ ପୁରୁଣା ଟାଉନ ଫିଡ଼ରକୁ କାର୍ଯ୍ୟକ୍ଷମ କରାଯାଇଥିବା ଟିପିଏନଓଡ଼ିଏଲ ସିଇଓ ରାଓ ସୂଚନା ଦେଇଛନ୍ତି।