Categories: ଜାତୀୟ

କୋଭିଡ୍‌ ସ୍ଥିତିକୁ ନେଇ ଆଜି ବସିବ ସମୀକ୍ଷା ବୈଠକ

ନୂଆଦିଲ୍ଲୀ,୨୮।୧: କୋଭିଡ୍‌ ପରିସ୍ଥିତିକୁ ନେଇ ଦକ୍ଷିଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶୁକ୍ରବାର ଏକ ସମୀକ୍ଷା ବୈଠକ କରିବେ। ଅପରାହ୍ନ ୨ଟା ୩୦ରେ ବସିବ ଏହି ବୈଠକ । ଆନ୍ଧ୍ରପ୍ରଦେଶ, କର୍ନାଟକ, କେରଳ, ତେଲେଙ୍ଗାନା, ଲାକ୍ଷାଦ୍ବୀପ, ତାମିଲନାଡୁ, ପୁଡୁଚେରୀ ଓ ଆଣ୍ଡାମାନ ଓ ନିକୋବର ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେବେ । ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟଗୁଡିକ ଦ୍ୱାରା ଗ୍ରହଣ କରାଯାଉଥିବା ପ୍ରସ୍ତୁତି ଏବଂ ପଦକ୍ଷେପ ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି। ଏହାପୂର୍ବରୁ ଗତ ଜାନୁଆରୀ ୨୫ରେ ୯ ରାଜ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଏକ ବୈଠକ କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ସେହି ବୈଠକରେ କୋଭିଡ୍‌ ପରୀକ୍ଷା ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ।

Share