Categories: ଫୁରସତ

ଶୁଆକୁ ଖୋଜିଆଣିଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର

ପଶୁପକ୍ଷୀଙ୍କ ପ୍ରତି ମଣିଷର ଭଲ ପାଇବାର ଅନେକ ଉଦାହରଣ ଆଜିକାଲି ସୋସିଆଲ ମିଡିଆରୁ ଦେଖିବାକୁ ମିଳେ। ନିକଟରେ ମଧ୍ୟପ୍ରଦେଶର ଦାମୋହରେ ଏକ ଶୁଆକୁ ଖୋଜି ଆଣିବା ପାଇଁ ଜଣେ ମାଲିକ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ସେ ସହରରେ ପୋଷ୍ଟର ମଧ୍ୟ ଲଗାଇଛନ୍ତି ଏବଂ ମାଇକ୍‌ ସାହାଯ୍ୟରେ ଶୁଆ ଖୋଜି ଆଣିବାକୁ ନିବେଦନ କରୁଛନ୍ତି।
ଗତ ଦୁଇ ବର୍ଷ ଧରି ଦାମୋହ ସହରର ଇନ୍ଦ୍ର କଲୋନୀରେ ରହୁଥିବା ସୋନି ପରିବାର ଏକ ଶୁଆ ପାଳିଥିଲେ। ଶୁଆଟି ପୁରା ଘରର ପ୍ରିୟ ଥିଲା ଏବଂ ପରିବାର ସଦସ୍ୟଙ୍କ ପରି ରହୁଥିଲା। ଘରର ମାଲିକ ଶୁଆଟିକୁ କାନ୍ଧରେ ବସାଇ ବୁଲାଇବାକୁ ନେଇଥିଲେ, କିନ୍ତୁ ହଠାତ୍‌ ରାସ୍ତାରେ କୁକୁରମାନେ ଭୁକିବାକୁ ଶୁଆଟି ଉଡ଼ି ଯାଇଥିଲା। କିଛି ସମୟ ଶୁଆଟି ଗଛର ଡାଳରେ ବସିଥିବାର ଦେଖାଗଲା, କିନ୍ତୁ ଏହା ପରେ କୁଆଡେ ପଳାଇଥିଲା। ରାତିସାରା ସୋନି ପରିବାର ଶୁଆଟିକୁ ଖୋଜୁଥିଲେ କିନ୍ତୁ ପାଇଲେ ନାହିଁ। ଫଳରେ ଶୁଆଟିକୁ ଖୋଜି ଆଣିଲେ ୧୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ମାଲିକ ଘୋଷଣା କରିଛନ୍ତି। ଯଦି କେହି ଏହାଠାରୁ ଅଧିକ ମାଗନ୍ତି, ତେବେ ସେମାନେ ଆହୁରି ଅଧିକ ଦେବାକୁ ସେମାନେ ପ୍ରସ୍ତୁତ।

Share