କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର

ଭୁବନେଶ୍ୱର,୪ା୧୦(ଅସମାପିକା ସାହୁ): ଚାଇନାର ହାଙ୍ଗଝୋଠାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଆ ପୁଅ କିଶୋର ଜେନା କମାଲ ଦେଖାଇଛନ୍ତି। କିଶୋର ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କିଶୋର ତାଙ୍କ କ୍ୟାରିୟରରେ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି। କିଶୋର ୮୭.୫୪ ମିଟର ଦୂରତାକୁ ଜାଭେଲିନ୍‌ ଫିଙ୍ଗି ରେକର୍ଡ କରିଛନ୍ତି। କିଶୋରଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Odisha CM announces cash award for javelin thrower Kishore Jena | Sport-others News - The Indian Express

କିଶୋରଙ୍କୁୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ତାଙ୍କ ସଫଳତା ଉଭୟ ରାଜ୍ୟ ଓ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଦେଶର କ୍ରୀଡ଼ା ଇତିହାସରେ ଏହା ସ୍ମରଣୀୟ ହୋଇ ରହିବ। ଏହି ପୁରସ୍କାର ତାଙ୍କର ସୁନ୍ଦର ପ୍ରଦର୍ଶନ, ତାଙ୍କ ଦୃଢ଼ତା ଓ ସଂକଳ୍ପକୁ ଶ୍ରେୟ ଦେଉଛି ବୋଲି କହିଛନ୍ତି।

The experience I gathered at World Athletics Championships will help me in Asian Games 2023": Kishore Jena

କିଶୋରଙ୍କ ବିଜୟ କେବଳ ତାଙ୍କର ବ୍ୟକ୍ତିଗତ ଉତ୍କର୍ଷତାକୁ ଦର୍ଶାଉନାହିଁ ବରଂ ସମଗ୍ର ଦେଶରେ ଉଦୀୟମାନ କ୍ରୀଡ଼ା ପାଇଁ ସେ ପ୍ରେରଣା ପାଲଟିଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ତାଙ୍କୁ ସବୁପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଆରମ୍ଭ ହେଲା କେନାଲ ଘାଇ ମରାମତି କାର୍ଯ୍ୟ

ବରଗଡ଼,୧୩ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଶାଖା କେନାଲର ସ୍ଥାନୀୟ ବ୍ରାହ୍ମଣ ଆମ୍ବବୁରେଇ ନିକଟରେ ସୋମବାର ବିଳମ୍ବିତ ରାତିରେ ଘାଇ ସୃଷ୍ଟି ହୋଇଥିଲା। ଏଥିରେ...

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଡକାୟତ ଗିରଫ, ଜାଣନ୍ତୁ କେମିତି ଧରିଲା ପୋଲିସ

ଭୁବନେଶ୍ୱର,୧୨ା୨: ଓଡ଼ିଶା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱରସ୍ଥିତ ବାସଭବନରୁ ଡକାୟତି ଘଟଣାରେ କମିଶନରେଟ୍ ପୋଲିସ ଜଣେ ଡକାୟତଙ୍କୁ ଗିରଫ କରିଛି। ଅଭିଯୁକ୍ତକୁ ବୁଧବାର ପଡ଼ୋଶୀ...

ବାବୁସାନ୍‌ଙ୍କୁ ଭିଡିଓ କଲ୍‌ କରି ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିଲେ ନବୀନ, ହସ୍ପିଟାଲରେ ପହଞ୍ଚିଲେ ଅନୁଭବ

ଭୁବନେଶ୍ୱର,୧୩ା୨: ଓଲିଉଡ୍‌ର ୮୦ ଦଶକର ସୁପରଷ୍ଟାର ଉତ୍ତମ ମହାନ୍ତି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା...

ପ୍ରୟାଗରାଜ ଯାଉଥିବା ବସ୍‌ ଦୁର୍ଘଟଣା: ୨୫ ଆହତ, ୩ ଗୁରୁତର

ଭୋଗରାଇ,୧୩ା୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରୁ ପ୍ରୟାଗରାଜ ମହାକୁମ୍ଭକୁ ବୁଡ଼ ଦେବାଲାଗି ଯାଉଥିବା ଶ୍ରୀରାମଜୀ ବସ୍‌ ବିହାର ୟୁପି ସୀମାନ୍ତ ମଥାନୀଠାରେ ଗତ...

ବିଧାନସଭାରେ ସନାଙ୍କୁ ତେରଛା ବାଣ ମାରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୩।୨: ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ଆରମ୍ଭରୁ ସକ୍ରିୟ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ପ୍ରବେଶ...

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ: ଗଣାଇଲେ ମୋହନ ସରକାରଙ୍କ ସଫଳତା

ଭୁବନେଶ୍ୱର,୧୩।୨: ଗୁରୁବାର ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଉଛି। ପ୍ରଥମ ଦିନ ଆରମ୍ଭରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଭିଭାଷଣ ରଖିଛନ୍ତି। ଜୟ ଜଗନ୍ନାଥ କହି ଅଭିଭାଷଣ...

ରଜତ ପଟିଦାର RCBର ନୂଆ ଅଧିନାୟକ, ଘରୋଇ ଟୁର୍ନାମେଣ୍ଟରେ କରୁଛନ୍ତି ଜବରଦସ୍ତ ପ୍ରଦର୍ଶନ

ବେଙ୍ଗାଲୁରୁ,୧୩।୨: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ପାଇଁ ରଜତ ପଟିଦାରଙ୍କୁ ଅଧିନାୟକ ନିଯୁକ୍ତ କରିଛି। ବିରାଟ କୋହଲିଙ୍କୁ ପୁଣି ଥରେ ଦଳର ଅଧିନାୟକ କରାଯିବ ବୋଲି...

VIMSARରେ ଅବ୍ୟବସ୍ଥା: କରେଣ୍ଟ ଚାଲିଯିବାରୁ ମୋବାଇଲ ଲାଇଟ୍ ଜଳାଇ ଡାକ୍ତର କଲେ ଚିକିତ୍ସା

ସମ୍ବଲପୁର,୧୩।୨: ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ରେ କେମୋଥେରାପି ନେଉଥିବା ରୋଗୀମାନେ ଭୟଙ୍କର ଅବ୍ୟବସ୍ଥାର ଶିକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image