ଘଡ଼େଇ-ଦାସ ପରିବାର ମଧ୍ୟରେ ବଢ଼ୁଛି ଫାଟ

କୋରେଇ(ଚନ୍ଦ୍ରକାନ୍ତ ପତି), ୫ା୪:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକଦା ସୁକିନ୍ଦାର ପ୍ରଫୁଲ୍ଲ ଘଡ଼େଇଙ୍କ ପରିବାର ଓ ଯାଜପୁରର ଅଶୋକ ଦାସଙ୍କ ପରିବାର ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଚର୍ଚ୍ଚା ହୋଇଥାଏ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ୨ ପରିବାରଙ୍କ ମଧ୍ୟରେ କୋରେଇ ବିଜେଡି ଟିକେଟକୁ ନେଇ ଟଣାଓଟରା ହେଉଥିବା ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ପୂର୍ବରୁ ଟିକେଟ ଆଶାୟୀଥିବା ବେଳେ ଏବେ ସେ ବିଜେଡିରୁ ଲମ୍ଫ ମାରି ଭାଜପା ଟିକେଟ ହାତେଇଛନ୍ତି। ବିଜେଡି ଏଯାବତ କୋରେଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। କୁହାଯାଉଛି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ଏହା ପ୍ରତିଫଳନ।
ଆକାଶ ଭାଜପାରେ ଯୋଗଦେବା ପରେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ (ଲଲ) ବିଜେଡି ଟିକେଟ ପାଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଲା। ତାହାକୁ ନେଇ କୋରେଇରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ କିଛି ସମର୍ଥକ ଯାଜପୁର ରୋଡ୍‌ସ୍ଥିତ ବ୍ରାହ୍ମଣୀ ହୋଟେଲରେ ନିକଟରେ ଏକ ଖବରଦାତା ସମ୍ମିଳନୀ କରି ଦାସ ପରିବାରଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ। ଯଦି ଅଶୋକ ଦାସଙ୍କ ପରିବାରରୁ କାହାକୁ କୋରେଇରୁ ବିଜେଡି ପ୍ରାର୍ଥୀ କରାଯାଏ, ତେବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ସ୍ତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଘଡ଼େଇଙ୍କୁ ମଧ୍ୟ ବିଜେଡି ପ୍ରାର୍ଥୀ କରୁବୋଲି ସେମାନେ ଦାବି କରିଥିଲେ। ଯାହାକୁ ନେଇ କୋରେଇ ରାଜନୀତି ସରଗରମ ହୋଇଉଠିଥିଲା। ଗତ ମଙ୍ଗଳବାର ପ୍ରଣବ ପ୍ରକାଶଙ୍କ ସମର୍ଥକମାନେ ପାଣିକୋଇଲିସ୍ଥିତ କଲ୍ୟାଣମଣ୍ଡପରେ ଖବରଦାତା ସମ୍ମିଳନୀ କରି ପ୍ରୀତିରଞ୍ଜନଙ୍କ ସମର୍ଥକଙ୍କୁ ଅଣ ବିଜେଡି କର୍ମୀ ବୋଲି ଦର୍ଶାଇ ଅଶୋକ ଦାସଙ୍କ କୋରେଇ ପ୍ରତି ଅତୁଳନୀୟ ଅବଦାନ ରହିଥିବା ପ୍ରକାଶ କରିଥିଲେ। ଯଦି ଅଶୋକ ଦାସଙ୍କ ପରିବାରରୁ କେହି ପ୍ରାର୍ଥୀ ହୁଅନ୍ତି, ତେବେ କୋରେଇ ବିଜେଡି ତାଙ୍କୁ ସମର୍ଥନ ଦେବ ବୋଲି ଜଣାଇଥିଲେ।
ଗୁରୁବାର କୋରେଇ ଅଞ୍ଚଳର ଶତାଧିକ ବିଜେଡି କର୍ମୀ ଝିଲିକଙ୍କୁ ତାଙ୍କ ଯାଜପୁରରୋଡ୍‌ ଧବଳଗିରିସ୍ଥିତ ବାସଭବନରେ ଭେଟି ଅଭିନନ୍ଦନ ଜଣାଇବା ସହିତ କୋରେଇରୁ ବିଧାୟିକା ପ୍ରାର୍ଥୀ ହେବାକୁ ଦାବି କରିଛନ୍ତି। ଝିଲିକ ମଧ୍ୟ ଏହାକୁ ସ୍ବୀକାର କରି ମୁଖ୍ୟମନ୍ତ୍ରୀ ଚାହିଁଲେ ସେ କୋରେଇ ପାଇଁ ପ୍ରତିଦ୍ବନ୍ଦ୍ୱିତା କରିବେ ବୋଲି କହିଛନ୍ତି। ଫଳରେ ଯାଜପୁର ରାଜନୀତି ସରଗରମ ହୋଇଉଠିଛି। ଅନ୍ୟପକ୍ଷରେ ଏସବୁ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ଇଙ୍ଗିତରେ ହେଉଥିବା ଆଲୋଚନା ହେଉଛି, ଯାହାକୁ ନେଇ ଘଡ଼େଇ ଓ ଦାସ ପରିବାର ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ଚାଲିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି। ଆଗକୁ ଦେଖିବାକୁ ବାକି ରହିଲା ବିଜେଡି କାହାକୁ କୋରେଇରୁ ପ୍ରାର୍ଥୀ କରି ରାଜନୈତିକ ମଇଦାନରେ ଅବତୀର୍ଣ୍ଣ କରାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri