ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ,୪ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ଠାରେ ଥିବା ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରୁ କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ହୁଣ୍ଡିରୁ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ଚୋରି କରିଛି। ଖବର ପାଇ ରମ୍ଭା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଚୋରି ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ବୃନ୍ଦ ଆଲୋଚନା କରିଛନ୍ତି। ମନ୍ଦିର ଯିବା ରାସ୍ତାରେ ଲାଗିଥିବା ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ ହୋଇଛି। ପ୍ରାୟ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ହୁଣ୍ଡି ଖୋଲା ଯାଇ ନ ଥିଲା। ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଚୋରି ହୋଇଥିବା କମିଟି ପକ୍ଷରୁ ଅନୁମାନ କରାଯାଇଛି। ବର୍ତ୍ତମାନ ଶ୍ରାବଣ ମାସ ହୋଇଥିବା ଯୋଗୁ ପ୍ରାୟ ଶହ ଶହ ଭକ୍ତ ମନ୍ଦିରକୁ ଜଳ ଭାର ନେଇ ଆସୁଛନ୍ତି ।ପୂର୍ବରୁ ମଧ୍ୟ ଥରେ ଏହି ମନ୍ଦିର ହୁଣ୍ଡିରୁ ଚୋରି ହୋଇଥିବା ଜଣାପଡ଼ିଛି।