Categories: ଜାତୀୟ

ବିକଶିତ ଅର୍ଥବ୍ୟବସ୍ଥା ପାଇଁ ସୁରକ୍ଷିତ-ଦ୍ରୁତ ଲଜିଷ୍ଟିକ ଯୋଗାଣ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ, ୧୨।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ୱରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଛି। ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମେ ଦୁନିଆର ଗୋଟିଏ ଭାଗରେ ବସି ଅନ୍ୟ ଅଂଶ ବିଷୟରେ ସୂଚନା ପାଇପାରିବା ଏବଂ ଯେକୌଣସି ସାମଗ୍ରୀ ଅର୍ଡର ମଧ୍ୟ କରିପାରିବା । ଏକ ଦେଶର ଅର୍ଥବ୍ୟବସ୍ଥାକୁ ଅଧିକ ଉଚ୍ଚତାକୁ ନେବା ପାଇଁ ଶକ୍ତିଶାଳୀ, ସୁରକ୍ଷିତ ଏବଂ ଦ୍ରୁତ ଲଜିଷ୍ଟିକ ଯୋଗାଣ ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ସେନା ଦ୍ୱାରା ଆୟୋଜିତ ଆର୍ମି ଲଜିଷ୍ଟିକ ସମ୍ମିଳନୀରେ ଯୋଗଦେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହା କହିଛନ୍ତି।

ଆଜି ଆମ ଦେଶ ବିଶ୍ୱର ୫ ତମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଅର୍ଥନୈତିକ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏଭଳି ପରିସ୍ଥିତିରେ ଦେଶରେ ଲଜିଷ୍ଟିକ୍ସକୁ ଏକୀଭୂତ କରିବା ଏବଂ ଏହାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରସ୍ତୁତ କରିଛନ୍ତି। ଏହା ଦ୍ୱାରା ଦେଶର ବିକାଶ ସମ୍ଭବ ହୋଇ ପାରିଛି।

Share