Advertisement

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକଙ୍କ ଘର ରାୟଗଡ଼ା ଜିଲା ମୁନିଗୁଡ଼ାରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳେ ଯୁବକ ଜଣକ ବାଇକ୍‌ ଯୋଗେ ଜୟପୁରରୁ କୋରାପୁଟ ମେଡିକାଲକୁ ଆସୁଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ବାଲି ବୋଝେଇ ଟିପ୍ପର ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share