ଗଛରେ ପିଟିହେଲା ସ୍କୁଲ ବସ୍‌: ୧୫ ଛାତ୍ରୀଛତ୍ର ଆହତ

ଉମରକୋଟ,୧୧।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ମୋହରା ଗାଁ ନିକଟରେ ରାସ୍ତା କଡ଼ରେୁ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ ଛାତ୍ରୀଛାତ୍ର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ସ୍କୁଲ ବସ୍‌ଟି ପିଲାଙ୍କୁ ନେଇ ଚନ୍ଦାହାଣ୍ଡିରୁ ଫଟିକି ଆଦର୍ଶ ବିଦ୍ୟାଳୟ ଯାଉଥିଲା । ମୋହରା ଗାଁ ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

Share