ଗଛରେ ପିଟିହେଲା ସ୍କୁଲ୍‌ ବସ୍‌

କଟକ ଅଫିସ,୨୨ା୯: ଗୁରୁବାର ସକାଳେ ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକ ସିଡିଏ-୮ ଅଭିମୁଖେ ଯାଉଥିବା ଏହି ବସ୍‌ରେ ପ୍ରାୟ ୩୦ ପିଲା ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି।

ସୂଚନାନୁଯାୟୀ, ଆଜି ସକାଳୁ ୩୦ ପିଲାଙ୍କୁ ନେଇ ବସ୍‌ଟି ସିଡିଏସ୍ଥିତ ସ୍କୁଲ ଅଭିମୁଖେ ଯାଉଥିବା ବେଳେ ଫେଜ୍‌-୨ ଥାନା ପାଖରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ସହ ଏକ ଗଛକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ଭାଙ୍ଗି ଯାଇଛି। ତେବେ ସୌଭାଗ୍ୟବଶତଃ ପିଲାମାନେ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Share