କରଜ ଟଙ୍କା ଆଦାୟକୁ ନେଇ ଆକ୍ରମଣ, ଜଣେ ଆହତ

ଆର.ଉଦୟଗିରି,୧।୫: ମୋହନା ଥାନା ଅନ୍ତର୍ଗତ ଡିମ୍ବିରିପଙ୍କାଳ ଗ୍ରାମରୁ ମୋହନା ସହରକୁ ଆସିବା ସମୟରେ କେନ୍ଦୁପଦା ଗ୍ରାମରେ କରଜ ଟଙ୍କା ଆଦାୟକୁ ନେଇ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମିିଖାଇଲ ଶବର ନାମକ ଜଣେ ବ୍ୟକ୍ତି ମୋହନା ଆସୁଥିବା ସମୟରେ ଲାଦୃମା ଗ୍ରାମର ଭୀମ ଶବର ନାମକ ଯୁବକ ତାଙ୍କୁ କରଜ ନେଇଥିବା ଟଙ୍କା ମାଗିଥିଲେ। ହେଲେ ମିଖାଇଲ ବର୍ତ୍ତମାନ ତାଙ୍କ ପାଖରେ ଟଙ୍କା ନାହିଁ ପରେ ଦେଇଦେବି ବୋଲି କହିଥିଲେ। କିନ୍ତୁ ଭୀମ ତାଙ୍କର କୌଣସି କଥା ଶୁଣି ନ ଥିଲେ। ଫଳରେ ଭୀବ ମିଖାଇଲଙ୍କ ବାଇକ୍‌କୁ ଛଢ଼ାଇନେଇଥିଲେ। ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଭୀମ ମିଖାଇଲ୍‌ଙ୍କ ଉପରେ ଆକ୍ରମଣ କରିଥିଲେ। ମିଖାଇଲ୍‌ ଆହାତ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ତାଙ୍କୁ ମୋହନା ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।