ତ୍ରିଶୂଳିଆଠାରେ କାଠଯୋଡ଼ିରେ ହେବ ଦ୍ୱିତୀୟ ସେତୁ

କଟକ ଅଫିସ,୮ା୫: କଟକର ତ୍ରିଶୂଳିଆ ନିକଟ କାଠଯୋଡ଼ି ନଦୀ ଉପରେ ଖୁବ୍‌ଶୀଘ୍ର ଦ୍ୱିତୀୟ ସେତୁ ନିର୍ମାଣ ହେବ। ଏହି ସେତୁ ୪ ଲେନ୍‌ ବିଶିଷ୍ଟ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ଏହି ସେତୁ ନିର୍ମାଣ ହେବ। ଏହି କାର୍ଯ୍ୟ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୦୨୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୨୨୦ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା କରିଥିବା ଜଣାପଡିଛି।
ଭୁବନେଶ୍ୱର-କଟକ ଦ୍ୱୈତନଗରୀ ମଧ୍ୟରେ ଗମନାଗମନର ସୁବ୍ୟବସ୍ଥା ନିମନ୍ତେ ରାଜ୍ୟ ସରକାର ଏହି ୪ ଲେନ୍‌ ସେତୁ ନିର୍ମାଣ ନିମନ୍ତେ ଯୋଜନା କରିଛନ୍ତି। ଦୁଇ ମହାନଗରୀ ମଧ୍ୟରେ ଉପୁଜୁଥିବା ଟ୍ରାଫିକ ସମସ୍ୟାକୁ ଏହି ସେତୁ ଦ୍ୱାରା ଅନେକାଂଶରେ ମୁକାବିଲା କରାଯାଇପାରିବ। ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକସନ୍‌ କର୍ପୋରେଶନ୍‌ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ମାନସ ରଞ୍ଜନ ସେଠୀଙ୍କ ସୂଚନା ଅନୁଯାୟୀ, କର୍ପୋରେଶନ ପକ୍ଷରୁ ସେତୁ ନିର୍ମାଣ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର କାର୍ଯ୍ୟ ଶେଷ ହେବା ପରେ ସେପ୍ଟେମ୍ବରରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ସେତୁ ତ୍ରିଶୂଳିଆରୁ ବେଲ୍‌ଭ୍ୟୁ ଛକକୁ ସଂଯୋଗ କରିବ। ଏହି ନୂତନ ସେତୁରେ ଫୁଟ୍‌ପାଥ୍‌ ସହ ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥା କରାଯିବ ବୋଲି ସେଠୀ କହିଛନ୍ତି। ଅପରପକ୍ଷରେ କଟକ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍‌ସି) ସେତୁର ଉଭୟ ପାର୍ଶ୍ୱ ଉନ୍ନତୀକରଣ ନିମନ୍ତେ ପଦକ୍ଷେପ ନେବେ। ଉଭୟ ପାର୍ଶ୍ୱରେ ଅବାଧ ଟ୍ରାଫିକ ପରିଚାଳନା ସୁବ୍ୟବସ୍ଥିତ ହେବା ଉପରେ ଯୋଜନା ପ୍ରସ୍ତୁତ କରାଯାଉଛି। ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, ବେଲ୍‌ଭ୍ୟୁ ଛକର ଉନ୍ନତୀକରଣ ନିମନ୍ତେ ୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଠାରେ ଫୁଡ୍‌କୋର୍ଟ, ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର ଆଦି ନିର୍ମାଣ ହେବାର ଯୋଜନା ପ୍ରସ୍ତୁତ ହୋଇଛି। ପୋଲିସ ହାଉସିଂ ବୋର୍ଡ କର୍ପୋରେଶନ୍‌ ଏହି ପ୍ରକଳ୍ପ ନିର୍ମାଣର ଦାୟିତ୍ୱ ନେଇଛି। ସୂଚନାଯୋଗ୍ୟ, ୨୦୧୭ରେ କାଠଯୋଡ଼ି ଉପରେ ତ୍ରିଶୂଳିଆ ଛକରୁ ବେଲ୍‌ଭ୍ୟୁ ଛକକୁ ସଂଯୋଗ କରୁଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ୨.୮୮ କିଲୋମିଟର ଦୈର୍ଘ୍ୟର ଏହି ସେତୁ ଓଡ଼ିଶାର ଦୀର୍ଘତମ ସେତୁର ମାନ୍ୟତା ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri