ଗ୍ରେଟାଙ୍କ ନାଁରେ ଦ୍ୱିତୀୟ ମାମଲା

ଷ୍ଟକ୍‌ହୋମ୍‌,୧୬ା୯: ସୁଇଡେନ୍‌ର କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ବିରୋଧରେ ଶୁକ୍ରବାର ଟ୍ରାଫିକ୍‌ ଅବରୋଧ ଓ ପୋଲିସ ଶୃଙ୍ଖଳା ଅବମାନନା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଦୁଇମାସ ମଧ୍ୟରେ ଏହା ହେଉଛି ତାଙ୍କ ନାଁରେ ଏହି ଧରଣର ଦ୍ୱିତୀୟ ମାମଲା। ୨୦ ବର୍ଷୀୟା ଗ୍ରେଟାଙ୍କୁ ଜୁଲାଇ ୨୪ରେ ୧,୫୦୦ କ୍ରାଉନ୍ସ (୧୩୪ ଡଲାର) ଜରିମାନା କରାଯାଇଥିଲା। ସୁଇଡେନ୍‌ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନକରି ଯୁବ ପରିବେଶବିତ୍‌ମାନଙ୍କ ପ୍ରତୀକ ପାଲଟିଥିବା ଫ୍ରାଇଡେଜ୍‌ ଫର୍‌ ଫ୍ୟୁଚର ପ୍ରତିଷ୍ଠାତା ଗ୍ରେଟା ସଦ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ମିଳିପାରେ।

Share