ପରଲୋକରେ ବରିଷ୍ଠ ସାମାଜିକ କର୍ମୀ ରଘୁନାଥ ମିଶ୍ର

ପାଟଣା,୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟସ୍ଥିତ ସାମନ୍ତରାୟପୁର ଶାସନର ବରିଷ୍ଠ ସାମାଜିକ କର୍ମୀ ଓ ଜିଲାର ଜଣାଶୁଣା ବୁଦ୍ଧିଜୀବୀ ରଘୁନାଥ ମିଶ୍ରଙ୍କର ଶୁକ୍ରବାର ସକାଳେ ଦେହାନ୍ତ ଘଟିଛି। ମାତ୍ର ୯୦ ବର୍ଷ ବୟସରେ ସେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଶେଷ ଦର୍ଶନ କରିଛନ୍ତି। ରଘୁନାଥ ତତ୍କାଳୀନ କେନ୍ଦୁଝର ରାଜାଙ୍କ କର୍ମଚାରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ସହ ଜିଲାର ବହୁ ଧର୍ମୀୟ, ସାଂସ୍କୃତିକ,ଚିକିତ୍ସାଳୟ ଓ ଶିକ୍ଷାଅନୁଷ୍ଠାନ ପ୍ରତିଷ୍ଠା ଓ ବିକାଶରେ ସେ ବିନ୍ଧାଣି ସାଜି ଥିଲେ। ତାଙ୍କର ଅନ୍ତିମ ସଂସ୍କାର ପାଟଣା ବୈତରଣୀ ନଦୀ ତଟରେ ସମ୍ପନ୍ନ ହୋଇଛି।