ଓ୍ବାଶିଂଟନ୍,୨୬।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୩୧ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। କିନ୍ତୁ ରୁଷିଆ ତଥାପି ୟୁକ୍ରେନକୁ ଜିତିବାରେ ସକ୍ଷମ ହୋଇନାହିଁ। ୟୁକ୍ରେନର ଅନେକ ସହର ଏବେ ବି ରୁଷୀୟ ସୈନ୍ୟଙ୍କଠାରୁ ବହୁ ଦୂରରେ ରହିଛି। ଏହି ସମୟରେ ମସ୍କୋ ସୈନ୍ୟଙ୍କୁ ବହୁ କ୍ଷତି ମଧ୍ୟ ସହିବାକୁ ପଡ଼ିଛି। ବର୍ତ୍ତମାନ ଖବର ଆସିଛି ଯେ, ରୁଷିଆ ଡୋନବାସ ଅଞ୍ଚଳକୁ ପ୍ରବେଶ କରିବା ଲାଗି ଜର୍ଜିଆ ମାର୍ଗ ଦେଇ ସୈନ୍ୟ ପଠାଉଛି। ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଏନେଇ ଦାବି କରିଛନ୍ତି। ଏନେଇ ତାଙ୍କୁ କିଛି ସଙ୍କେତ ମିଳିଛି ବୋଲି ଆମେରିକାର ଅଧିକାରୀ କହିଛନ୍ତି। ସୂଚନା ମୁତାବକ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଅଧିକାରୀ ଏନେଇ ପ୍ରତିକ୍ରିୟା ରଖିଥିଲେ। ଏପର୍ଯ୍ୟନ୍ତ ସଠିକ୍ ସଂଖ୍ୟା ଜଣାନାହିଁ, କିନ୍ତୁ ଜର୍ଜିଆରେ କେତେକ ରୁଷୀୟ ସୈନ୍ୟଙ୍କ ଗତିବିଧି ଦେଖିବାକୁ ମିଳିଛି ବୋଲି ସେ ଦାବି କରିଛନ୍ତି।