ଆଫଗାନିସ୍ତାନରେ ସିରିଜ ବିସ୍ଫୋରଣ

କାବୁଲ, ୨୦ା୮: ଆଫଗାନିସ୍ତାନର ଜଲାଲାବାଦ ଏବଂ କାବୁଲରେ ତାଲିବାନ୍‌ ଗାଡ଼ିକୁ ଟାର୍ଗେଟ କରି ସିରିଜ ବିସ୍ଫୋରଣ ହୋଇଛି। ଏଥିରେ ଏକାଧିକ ତାଲିବାନୀଙ୍କ ସମେତ ଅତିକମ୍‌ରେ ୮ ଜଣ ନିହତ ହୋଇଥିବା ଜଣାପଡ଼ିଛି। ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌-ଖୋରାସାନ୍‌ ନିଜକୁ ଦାୟୀ କରିଛି। ଏହି ଆକ୍ରମଣ ପରେ ନିଜ ପ୍ରତିଦ୍ୱନ୍ଦ୍ୱୀ ତଥା ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ତାଲିବାନ୍‌ ପ୍ରତି ବିପଦ ଆଶଙ୍କା ଘନେଇଛି।
ସୂଚନା ଅନୁଯାୟୀ, ନଙ୍ଗାରହାର ପ୍ରଦେଶ ରାଜଧାନୀ ଜଲାଲାବାଦରେ ୪ଟି ସିରିଜ ବିସ୍ଫୋରଣ ହୋଇଛି। ଆକ୍ରମଣ ପରେ ରବିବାର ଆଇଏସ୍‌ଅଇଏସ୍‌-କେ ଟେଲିଗ୍ରାମ ଯୋଗେ ନିଜକୁ ଦାୟୀ କରିଛି। ଏଥିରେ ୩୫ ତାଲିବାନୀ ମୃତାହତ ହୋଇଥିବା ଏହି ଗୋଷ୍ଠୀ ଦାବି କରିଛି। ସେମାନଙ୍କ ମଧ୍ୟରେ କେତେଜଣ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି। ସେହିପରି କାବୁଲର ଦଶତ୍‌-ଇ-ବାର୍‌ଚିଠାରେ ଏକ କାର୍‌ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଆହତ ହୋଇଥିବା ସୂଚନା ରହିଛି। ଆଫଗାନିସ୍ତାନରୁ ନାଟୋ ଏବଂ ଆମେରିକା ସୈନ୍ୟ ପ୍ରତ୍ୟାହାର ଚାଲିଥିବାବେଳେ ଗତ ଅଗଷ୍ଟ ୧୫ରେ ତାଲିବାନ୍‌ ରାଜଧାନୀ କାବୁଲକୁ କବ୍‌ଜା କରିନେଇଥିଲା।

Share