ସଲମାନଙ୍କ ଭଉଣୀଙ୍କ ଘରୁ ୫ ଲକ୍ଷ ଟଙ୍କାର କାନଫୁଲ ଚୋରି କରି ବନ୍ଧାହେଲେ ଚାକର

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଭଉଣୀ ଅର୍ପିତାଙ୍କ ଘରୁ ମଙ୍ଗଳବାର ରାତିରେ ଚୋରି ହୋଇଥିଲା। ଏହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଦାୟର ପରେ ପୋଲିସ ଅର୍ପିତାଙ୍କ ଚାକରଙ୍କୁ ଗିରଫ କରିଛି। ଅର୍ପିତାଙ୍କ ହୀରାର ଏକ କାନଫୁଲ ତାଙ୍କ ଘରୁ ଚୋରି ହୋଇଥିଲା। ମୁମ୍ବାଇ ପୋଲିସ ଏହାକୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଚୋରି ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ସେ ମୁମ୍ବାଇର ଭିଲେପର୍ଲେ ଅଞ୍ଚଳରେ ରୁହନ୍ତି ଏବଂ ଅର୍ପିତାଙ୍କ ଘରେ ଚାକର ଭାବରେ କାମ କରୁଥିଲେ। ଏହାପୂର୍ବରୁ ଅର୍ପିତା ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ତାଙ୍କ ମେକ ଇନ୍‌ ଟ୍ରେ’ରେ ରଖିଥିବା ୫ ଲକ୍ଷ ଟଙ୍କା ମୂଲ୍ୟର କାନଫୁଲ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲା। ଏହି ଘଟଣା ଗତକାଲି ରାତିରେ ଘଟିଥିଲା। ଉକ୍ତ ରାତିରେ ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Share