Categories: ମେଟ୍ରୋ

ରାଜଧାନୀରେ ଚାଞ୍ଚଲ୍ୟ, ସେଲୁନ୍‌ ନାଁରେ ଚାଲିଥିଲା ସେକ୍ସ ରାକେଟ୍‌

ଭୁବନେଶ୍ୱର,୧୯।୧୦: ରାଜଧାନୀରେ ଫିଟିଲା ସେକ୍ସ ରାକେଟର କଳା କାରନାମା । ରାଜଧାନୀ ଭୁବନେଶ୍ୱରରେ ଏକ ସେଲୁନ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିଲା ସେକ୍ସ ରାକେଟର କଳାଧନ୍ଦା। ତେବେ ଏହାକୁ ଠାବ କରିଛି ପୋଲିସ । ରବି ଟକିଜ ଛକର ଏକ ସେଲୁନରେ ପୋଲିସର ରେଡ ପରେ ଏଭଳି କାଣ୍ଡ ସାମ୍ନାକୁ ଆସିଛି ।

ତେବେ ରବି ଟକିଜ ସ୍ଥିତ ସ୍ପାରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେବା ପରେ ବଡଗଡ ପୋଲିସ ଉକ୍ତ ସ୍ପା ଉପରେ ଚଢାଉ କରିଥିଲା । ଚଢାଉ ପରେ ସେଠାରେ ସେକ୍ସ ରାକେଟ ଠାବ କରିଥିଲା ପୋଲିସ । ଏଥିରେ ଜଣେ ଯୁବକ ଧରାପଡିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

Share