Advertisement

ଦୁର୍ଦ୍ଦିନରେ ମେଷ ପାଳକ, ମିଳୁନି ସରକାରୀ ପ୍ରୋତ୍ସାହନ

ମହାକାଳପଡ଼ା,୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଗୃହପାଳିତ ପ୍ରାଣୀ ଛେଳି, ମେଣ୍ଢା, କୁକୁଡ଼ା, ଘୁଷୁରି, ଗାଈ ଫାର୍ମ ନିର୍ମାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ବ୍ୟୟବରାଦ କରୁଛନ୍ତି। ହେଲେ ଗଁାର ଗରିବ ମେଷ ପାଳକଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ। ଧାର ଉଦ୍ଧାର କରି ପରିବାର ପ୍ରତି ପୋଷଣ ପାଇଁ ମେଣ୍ଢା ଚାଷକୁ ଆଦରି ନେଉଥିବା ଚାଷୀଙ୍କ ଭାଗ୍ୟ ଏବେ ଦୁର୍ଦ୍ଦିନରେ ଗତିକରୁଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ତେନ୍ତୁଲିକନ୍ଧା ଗ୍ରାମର ମେଷ ପାଳକ ସଚିତ୍ର ରାଉତ କହିଛନ୍ତି, ଦୀର୍ଘବର୍ଷ ଧରି ମେଷ ପାଳି ଦୁଇପଇସା ରୋଜଗାର କରିବା ପାଇଁ ଆଶା ଥିବାବେଳେ ସରକାରୀ ପ୍ରୋତ୍ସାହନ ମିଳୁନି। ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛୁ ହେଲେ ବାବୁମାନେ କେହି ଶୁଣିନାହାନ୍ତି। ତାଙ୍କର କିଛିଦିନ ମଧ୍ୟରେ ୪ଟି ମେଣ୍ଢାଙ୍କ ରୋଗରେ ମୃତ୍ୟୁ ହୋଇଥିବା ବେଳେ ୧୫ ହଜାର ଟଙ୍କାର କ୍ଷତି ସହିଛି। ହେଲେ ଗୁହାରି କଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ପଡ଼ିଲା ନାହିଁ। ସକାଳୁ ଉଠି ନିତ୍ୟକର୍ମ ସାରି ୬୦ରୁ ଅଧିକ ମେଣ୍ଢାଙ୍କୁ ଧରି ନିକଟ ମହାନଦୀ କୂଳରେ ଚରାଇବାକୁ ନେଇଥାଏ। ସା ବେଳକୁ ମେଣ୍ଢାପଲ ଧରି ଘରକୁ ଫେରିଥାଏ। ଗୁହାଳଟିଏ ନ ଥିବାରୁ ଛିଣ୍ଡା ପଲିଥିନ ଘେରା ମଧ୍ୟରେ ମେଣ୍ଢାମାନେ ରହୁଛନ୍ତି। ରାତିର ବାହାରେ ଏଣେତେଣେ ପଳାଇ ଯାଉଛନ୍ତି। କିଛି ଆର୍ଥିକ ସହାୟତା ମିଳିଲେ ଗୁହାଳ ନିର୍ମାଣ କରିବି ନଚେତ ଖୋଲା ଆକାଶତଳେ ମେଣ୍ଢାପଲଙ୍କ ଜୀବନ ଦୁର୍ବିସହ ହୋଇପଡ଼ିବ। ବେଳେ ବେଳେ ବିଲୁଆ ଅନ୍ଧାର ରାତିରେ ମେଣ୍ଢା ଟାଣି ନେଇ ଯାଉଥିବା ଅଭିଯୋଗ କରିଛନ୍ତି। ସରକାରଙ୍କ ରିହାତି ଋଣ ଅର୍ଥରେ ଗୁହାଳ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ମାତ୍ର ତୃଣମୂଳ ସ୍ତରରେ ବାସ୍ତବ ଗୃହପାଳିତ ପ୍ରାଣୀ ଚାଷୀଙ୍କ ନିକଟରେ ଏହା ପହଞ୍ଚତ୍ ପାରୁନି ବୋଲି ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ସ୍ବାଇଁ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ପ୍ରାଣୀ ଚିକିତ୍ସକ ଡା. ଅମରେଶ ସ୍ବାଇଁଙ୍କୁ ପଚାରିବାରେ ସମସ୍ୟା ସମ୍ପର୍କରେ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share