Categories: ଖେଳ

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟ୍‌କା

ସିଡନୀ,୨୦।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଆହତ ଖେଳାଳିଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆହତ ଯୋଗୁ ଅଷ୍ଟ୍ରେଲିଆ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ଇଂଲିଶ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି। ତେବେ ତାଙ୍କୁ ରିଜର୍ଭ ଖେଳାଳି ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସିଡ୍‌ନୀରେ ଗଲ୍ଫ ଖେଳିବାବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା।
ଇଂଲିଶ ଏପର୍ଯ୍ୟନ୍ତ ୯ଟି ଟି-୨୦ ଖେଳିଛନ୍ତି। ସେ ଟୁର୍ନାମେଣ୍ଟରୁ ବାଦ୍‌ ପଡିଥିବାରୁ ଅଷ୍ଟ୍ରେଲିଆକୁ ତାଙ୍କ ବଦଳ ଖେଳାଳି ଖୋଜିବାକୁ ପଡିବ। ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଶେଷ ଟି-୨୦ ଇଂଲିଶ ବିଶ୍ୱକପ ଦଳର ଏକ ଅଂଶ ମଧ୍ୟ ଥିଲା। ଯଦିଓ ତାଙ୍କୁ ମାତ୍ର ୩ଟି ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା।

Share