ନୂଆଦିଲ୍ଲୀ,୧।୧୨: ଆଜମ ଖାନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ରାମପୁରର ଜୋହର ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଜମି ପଟ୍ଟା ବାତିଲ କରିବା ମାମଲାରେ ଆଜମ ଖାନ ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ, ଯେଉଁଠାରୁ ତାଙ୍କୁ ଉତ୍ତର ପ୍ରଦେଶ ହାଇକୋର୍ଟଙ୍କ ନିକଟକୁ ଯିବାକୁ କୁହାଯାଇଛି। କୋର୍ଟ କହିଛନ୍ତି ଯେ ପ୍ରଥମେ ଶୁଣାଣି ହାଇକୋର୍ଟରେ ହେବା ଉଚିତ, ସେଠାରେ ପ୍ରଧାନ ବିଚାରପତି ଏକ ବେଞ୍ଚ ଗଠନ କରି ଏହାର ଶୁଣାଣି କରିବା ଉଚିତ।
ସମାଜବାଦି ପାର୍ଟି ସରକାର ଆଜମ ଖାନଙ୍କ ଏହି ବିଶ୍ୱବିଦ୍ୟାଳୟକୁ ଶସ୍ତା ଦରରେ ୯୯ ବର୍ଷ ପାଇଁ ଏକ ସ୍କୁଲ ଜମିକୁ ଲିଜ ଆକାରରେ ଦେଇଥିଲେ। ଲିଜ ସର୍ତ୍ତାବଳୀ ଉଲ୍ଲଂଘନ ଆଧାରରେ ବର୍ତ୍ତମାନର ସରକାର ଏହାକୁ ବାତିଲ କରିଛନ୍ତି।