ଇମ୍ରାନଙ୍କୁ ଝଟ୍‌କା, ନିର୍ବାଚନ କମିଶନଙ୍କ ଲିଷ୍ଟରେ ନାହିଁ ଦଳର ନାମ

ଇସଲାମାବାଦ,୨୫।୧୨: ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଦେଶରେ ପଞ୍ଜୀକୃତ ରାଜନୈତିକ ଦଳର ଏକ ନୂତନ ତାଲିକା ପ୍ରକାଶ କରିଛି। ସର୍ବଶେଷ ତାଲିକା ଅନୁଯାୟୀ ପାକିସ୍ତାନରେ ପଞ୍ଜୀକୃତ ରାଜନୈତିକ ଦଳର ସଂଖ୍ୟା ୧୭୫ରେ ପହଞ୍ଚିଛି। ଏହା ସହିତ ନିର୍ବାଚନ କମିଶନ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ନାମକୁ ଦଳର ମୁଖ୍ୟଙ୍କଠାରୁ ହଟାଇ ଦେଇଛନ୍ତି। ଏହି ତାଲିକାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) କୁ ଏକ ନେତାହୀନ ରାଜନୈତିକ ଦଳ ବୋଲି ବର୍ଣ୍ଣନା କରାଯାଇଛି। ତେବେ ଇସିପି ପରଭେଜ ଖଟ୍ଟକଙ୍କ ନେତୃତ୍ୱାଧୀନ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ସାଂସଦମାନଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିଛି।
ଏହାପୂର୍ବରୁ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ନିଜର ନିର୍ବାଚନ ପ୍ରତୀକ ବ୍ୟାଟ ହରାଇଥିବାରୁ ନିର୍ବାଚନ ଆୟୋଗ (ଇସିପି) ଦଳର ଆନ୍ତଃ- ପାର୍ଟି ନିର୍ବାଚନରେ ନିଷ୍ପତ୍ତି ସଂରକ୍ଷଣ କରିବାକୁ ଘୋଷଣା କରିଥିଲା। ପାକିସ୍ତାନର ନିର୍ବାଚନ କମିଶନ ସମସ୍ତ ଦଳର ଯୁକ୍ତି ଶୁଣିବା ପରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମଧ୍ୟରେ ଦଳ ନିର୍ବାଚନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

Share