Categories: ଖେଳ

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଭାରତକୁ ଝଟ୍‌କା

ନୂଆଦିଲ୍ଲୀ,୨୭।୭: ଆଜିଠାରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଏହାପୂର୍ବରୁ ଭାରତକୁ ବଡ଼ ଝଟ୍‌କା ଲାଗିଛି। ପ୍ରଥମ ଦିନିକିଆ ପୂର୍ବରୁ ଗୋଡରେ ଯନ୍ତ୍ରଣା ଅନୁଭବ କରିବାରୁ ପେସ୍‌ ବୋଲର୍‌ ମହମ୍ମଦ ସିରାଜଙ୍କୁ ଦିନିକିଆ ସିରିଜରୁ ବାଦ ଦିଆଯାଇଛି ଏନେଇ ବିସିସିଆଇ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ତେବେ ତାଙ୍କ ବଦଳି ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।
ବିସିସିଆଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ବାଦ୍‌ ଦିଆଯାଇଛି। ସିରାଜଙ୍କ ଗୋଡରେ ଯନ୍ତ୍ରଣା ହେଉଛି ଏବଂ ସତର୍କତା ଅନୁଯାୟୀ ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଦିନିକିଆ ଜୁଲାଇ ୨୭ରୁ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେବ।

Share