Categories: ଖେଳ

ସିରଜ୍‌ ଜିତିବା ସତ୍ତ୍ୱେ ଭାରତକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୧-୦ରେ ଜିତିନେଇଛି। ଦ୍ୱିତୀୟ ଟେଷ୍ଟର ଶେଷ ଦିନ ବର୍ଷା ହେତୁ ଡ୍ରରେ ଶେଷ ହୋଇଛି। ଏଥି ସହିତ ସିରିଜର ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଗୋଟିଏ ଇନିଂସ ଏବଂ ୧୪୧ ରନରେ ଜିତି ନେଇଥିଲା। ସିରିଜ୍‌ ଜିତିବା ସତ୍ତ୍ୱେ ଭାରତକୁ ଝଟ୍‌କା ଲାଗିଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ୨୦୨୩ ପଏଣ୍ଟ ଟେବୁଲରେ ଭାରତକୁ ଶୀର୍ଘ ସ୍ଥାନ ହରାଇବାକୁ ପଡିଛି।
ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆର ମଜଭୁତ ସ୍ଥିତିରେ ଥିଲା। ଶେଷ ଦିନରେ ଜିତିବା ପାଇଁ ଭାରତକୁ ଆଉ ୮ଟି ଉଇକେଟ ଆବଶ୍ୟକ ପଡୁଥିଲା, କିନ୍ତୁ ବର୍ଷା ଭାରତର ଆଶା ନଷ୍ଟ କରିଦେଇଥିଲା।
ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ନୂତନ ଚକ୍ର ଆରମ୍ଭ କରି ପୁନର୍ବାର ବିଜୟ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଭାରତୀୟ ଦଳ ୧୨ ପଏଣ୍ଟ ପାଇଥିଲା, କିନ୍ତୁ ଦ୍ୱିତୀୟ ଟେଷ୍ଟ ଡ୍ର’ ଯୋଗୁ ଭାରତ କେବଳ ୪ ପଏଣ୍ଟ ପାଇପାରିବେ। ୨ ମ୍ୟାଚ ପରେ ଟିମ ଇଣ୍ଡିଆରେ ୧୬ ପଏଣ୍ଟ ରହିଛି । ଏଭଳି ପରିସ୍ଥିତିରେ ଦଳର ମାର୍କ ୧୦୦ ପ୍ରତିଶତରୁ ୬୬.୬୭ ପ୍ରତିଶତକୁ ଖସି ଆସିଛି। ଫଳରେ ଭାରତକୁ ପ୍ରଥମ ସ୍ଥାନ ହରାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି।
ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ପହଞ୍ଚିବା ସହିତ ବର୍ତ୍ତମାନ ପାକିସ୍ତାନ ଦଳ ୧୦୦ ପ୍ରତିଶତ ସହିତ ଡବ୍ଲ୍ୟୁଟିସି ୨୦୨୩-୨୫ର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି। ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଅଛି। ଅନ୍ୟପକ୍ଷରେ ଇଂଲଣ୍ଡ ଦଳ ଚତୁର୍ଥ ସ୍ଥାନ ଅଧିକାର କରିଛି। ଏହା ପରେ ୱେଷ୍ଟଇଣ୍ଡିଜ ଦଳ ୧୬.୬୭ପଏଣ୍ଟ ପ୍ରତିଶତ ସହିତ ୫ ନମ୍ବରରେ ଅଛି।

Share