ପାଟନା,୨।୧୦ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବଡ଼ ଝଟ୍କା ଲାଗିଛି। ନୀତୀଶ ସରକାରଙ୍କ କୃଷି ମନ୍ତ୍ରୀ ସୁଧାକର ସିଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପ୍ରଦାନ କରିଛନ୍ତି। ଏସମ୍ପର୍କରେ ସୂଚନା ଆରଜେଡି ରାଜ୍ୟ ସଭାପତି ତଥା ସୁଧାକର ସିଂଙ୍କ ପିତା ଜଗଦାନନ୍ଦ ସିଂ ଦେଇଛନ୍ତି।
ନିକଟରେ ବିହାର କୃଷି ମନ୍ତ୍ରୀ ସୁଧାକର ସିଂ ଚର୍ଚ୍ଚାରେ ଥିଲେ। ସେ ନିଜ ବିଭାଗରେ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ତାଙ୍କ ବିଭାଗର ସମସ୍ତ ଅଧିକାରୀ ଚୋର ଏବଂ ଏହି ବିଭାଗର ମୁଖ୍ୟ ହୋଇ ସେ ଚୋରମାନଙ୍କର ମୁଖ୍ୟ ବୋଲି ଏକ ବିବୃତ୍ତି ଦେଇ ଏକ ବିବାଦ ସୃଷ୍ଟି କରିଥିଲେ। କୃଷି ମନ୍ତ୍ରୀ ସୁଧାକର ସିଂ କହିଥିଲେ ଯେ ଆମ ଉପରେ ଆହୁରି ଅନେକ ସର୍ଦ୍ଦାର ଅଛନ୍ତି। କୈମୁର ଜିଲାର ରାମଗଡରୁ ସୁଧାକର ସିଂ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି।