ସନି ଦେଓଲଙ୍କୁ ଝଟ୍‌କା

ଅଭିନେତା ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଭଲ ଆୟ କରୁଛି। ରିଲିଜର ତୃତୀୟ ଦିନରେ ଫିଲ୍ମ ନିର୍ମାତାଙ୍କୁ ଏକ ବଡ଼ ଝଟକା ଲାଗିଛି। ଏହି ପୁରା ଫିଲ୍ମ ୟୁଟ୍ୟୁବରେ ଲିକ ହୋଇଛି। ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ‘ଗଦର ୨’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଏହି ସମୟରେ ଫିଲ୍ମଟି ୟୁଟ୍ୟୁବରେ ଏଚ୍‌ଟିଡି ୩ ଷ୍ଟାର ବୟ ନାମକ ଏକ ଚ୍ୟାନେଲରେ ଲିକ ହୋଇଛି। କୁହାଯାଉଛି ଯେ ଏହି ଚ୍ୟାନେଲରେ ଫିଲ୍ମର ପୁରା କାହାଣୀ ଲିକ ହୋଇଛି, ଯେଉଁ କାରଣରୁ ଫିଲ୍ମର ନିର୍ମାତାମାନେ ବଡ଼ କ୍ଷତି ସହିପାରନ୍ତି। ତେବେ ଏହି ଚ୍ୟାନେଲରେ ଆସିବା ପରେ ଫିଲ୍ମଟି ମାତ୍ର ୪ ଘଣ୍ଟା ପାଇଁ ଦେଖିବାକୁ ମିଳିଥିଲା, ଯାହା ପରେ ଫିଲ୍ମଟି ଚ୍ୟାନେଲରୁ ହଟାଯାଇଥିଲା।
‘ଗଦର ୨’ ବକ୍ସ ଅଫିସରେ ଭଲ ଆୟ କରୁଛି। ପ୍ରଥମ ଦିନରେ ଫିଲ୍ମ ୪୦ କୋଟିର ଅତିକ୍ରମ କରିଥିଲା, ଦ୍ୱିତୀୟ ଦିନରେ ଏହି ଚଳଚ୍ଚିତ୍ର ୪୩ କୋଟି ବ୍ୟବସାୟ କରିବାରେ ସଫଳ ହୋଇଛି। ବକ୍ସ ଅଫିସ ଆକଳନରେ ଓଏମ୍‌ଜି ୨ ଗଦର ୨ ଠାରୁ ବହୁତ ପଛରେ ଅଛି।

Share