ଢାକା,୨୧।୧୨: ଭାରତୀୟ ଟେଷ୍ଟ ଦଳର ବର୍ତ୍ତମାନର ଅଧିନାୟକ କେ.ଏଲ ରାହୁଲ ଆହତ ହୋଇଛନ୍ତି। ଅଭ୍ୟାସ ସମୟରେ ସେ ଆହତ ହୋଇଥିବା ଜଣାପଡିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯାଉଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ରାହୁଲଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଅଧିନାୟକ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସେ ଆହତ ହୋଇଛନ୍ତି। ତେଣୁ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଖେଳିବା ଉପରେ ସନ୍ଦେହ ରହିଛି। ତେବେ ବ୍ୟାଟିଂ କୋଚ ବିକ୍ରମ ରାଠୋରଙ୍କ ଅନୁଯାୟୀ, ରାହୁଲଙ୍କ ଆଘାତ ଅତ୍ୟନ୍ତ ଗୁରୁତର ନୁହେଁ। ତାଙ୍କ ହାତରେ ସାମାନ୍ୟ ସମସ୍ୟା ଅଛି। ଡାକ୍ତରମାନେ ଏହାର ଅନୁସନ୍ଧାନ କରୁଛନ୍ତି। କିନ୍ତୁ ଆଶା କରୁଛି ସବୁକିଛି ଠିକ ହୋଇଯିବ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଗୁରୁବାରଠାରୁ ଖେଳାଯିବ। ଏହି ଟେଷ୍ଟରେ ଯଦି ରାହୁଲ ନ ଖେଳନ୍ତି ଭାରତ ପାଇଁ ବଡ଼ ଝଟ୍କା ହେବ।