Categories: ଫୁରସତ

ଜୋତା ଆକୃତିର ଘର, ହନିମୁନ୍‌ ମନାଇବା ପାଇଁ ଏଠାକୁ ଆସିଥାନ୍ତି ନବଦମ୍ପତି, କାରଣ ଜାଣିଲେ…

ଆପଣ ନିଶ୍ଚିତ ଭାବେ ଦୁନିଆର ଅନେକ ଅଦ୍ଭୁତ ଅଟ୍ଟାଳିକା ଦେଖିଥିବେ। ଚାଇନାର ଜଣେ ବ୍ୟକ୍ତି ତାଙ୍କ ଘରକୁ ଜଳପ୍ରପାତରେ ପରିଣତ କରିଥିବା ବେଳେ ପର୍ତ୍ତୁଗାଲରେ ଜଣେ ବୁଲେଟ ପ୍ରୁଫ ଓ୍ବିଣ୍ଡୋ ତିଆରି କରିଛନ୍ତି। କବାଟ ଇସ୍ପାତର, ଯାହାକୁ ଭାଙ୍ଗି ସହଜରେ ଭିତରକୁ କେହି ଆସିପାରିବେ ନାହିଁ। କିନ୍ତୁ ଆଜି ଏମିତି ଏକ ଅଜବ ସ୍ଥାନ ବିଷୟରେ କହିବୁ, ଯେଉଁଠି ଲୋକମାନେ ଜୋତା ପରି ଘରେ ରୁହନ୍ତି। ଏହା ଦେଖି ଆଶ୍ଚର୍ଯ୍ୟ ହେବେ।

ଜୋତା ଆକାରରେ ନିର୍ମିତ ଏହି ଘରଟି ବହୁତ ଭଲ ଭାବରେ ଡିଜାଇନ କରାଯାଇଛି। ଏହାର ଉଚ୍ଚତା ୨୫ ଫୁଟ ହୋଇଥିବା ବେଳେ ମୋଟେଇ ୧୭ ଫୁଟ। ଏହାର ଲମ୍ବ ୪୮ ଫୁଟ ବୋଲି କୁହାଯାଉଛି। ଏଥିରେ ତିନୋଟି ବେଡ୍‌ରୁମ୍‌, ଦୁଇଟି ବାଥରୁମ୍‌, ରୋଷେଇ ଘର ଏବଂ ଗୋଟିଏ ଡ୍ରଇଂ ରୁମ୍‌ ରହିଛି।

ମହଲୋନ ନାଥାନିଏଲ ହେନ୍ସ ନାମକ ଜଣେ ବ୍ୟକ୍ତି, ଯିଏ ଜଣେ ପ୍ରସିଦ୍ଧ ଜୋତା ବ୍ୟବସାୟୀ। ଜୋତା ଦୋକାନକୁ ପ୍ରୋତ୍ସାହିତ କରିବା ପାଇଁ ୧୯୪୮ରେ ଏହି ଦୋକାନ ନିର୍ମାଣ କରିଥିଲେ। ତାଙ୍କୁ ଏକ ଜୋତା ଯାଦୁକର ମଧ୍ୟ କୁହାଯାଏ। କାରଣ ସେ ନିଜର ଚତୁରତା ସହିତ ଏହି ବ୍ୟବସାୟରେ ବହୁତ ସଫଳ ହୋଇଥିଲେ।

ପ୍ରାରମ୍ଭରେ ମହଲୋନ ଏହାକୁ ନବଦମ୍ପତିମାନଙ୍କୁ ଭଡ଼ା ଦେଉଥିଲେ। ଯାହା ଦ୍ୱାରା ସେମାନେ ସେମାନଙ୍କର ହନିମୁନ୍‌କୁ ଖାସ୍‌ ମନାଇଥାନ୍ତି। ଅନେକ ଲୋକ ଛୁଟିଦିନ କଟାଇବା ପାଇଁ ମଧ୍ୟ ଏଠାକୁ ଆସିଥାନ୍ତି। ଏହି ଲୋକମାନଙ୍କୁ ମାଗଣାରେ ଏକ ଜୋତା ମଧ୍ୟ ଦିଆଯାଇଥାଏ। ଯାହାଦ୍ୱାରା ସେମାନେ ଏହାର ପ୍ରଚାର ପ୍ରସାର କରିପାରିବେ ।

ତେବେ ପରେ ଏହାକୁ ଭଡ଼ାରେ ନିଆଯାଇଥିଲା। ଘରେ ଲିଭିଙ୍ଗ ରୁମ୍‌ ଆଙ୍ଗୁଠି ଆକୃତିର ତିଆରି ହୋଇଥିବା ବେଳେ ରୋଷେଇ ଘର ଗୋଇଠି ଏବଂ ବେଡ୍‌ରୁମ୍‌ ଜୋତାର ଗୋଡ଼ ଆକୃତିର ତିଆରି ହୋଇଛି। ଭିତରରୁ ଏହା ବହୁତ ବିଳାସପୂର୍ଣ୍ଣ ପ୍ରାସାଦ ପରି ଦେଖାଯାଏ।

ଏହି ଅଜବ ଘରର ନାମ ହେନ୍ସ ଶୁ’ ବିଜାଡ ନାମରେ ନାମିତ ହୋଇଛି। ଆମେରିକାର ପେନ୍‌ସିଲଭାନିଆର ଏହା ଏକ ଜୋତା କେନ୍ଦ୍ର। ହେନ୍ସ ଏତେ ଚତୁର ଥିଲେ ଯେ, ସେ ତାଙ୍କ ସମ୍ପତ୍ତିକୁ ତାଙ୍କ ସମ୍ପର୍କୀୟ ଏବଂ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦେଇଥିଲେ।

Share