Advertisement

ରାଉରକେଲାରେ ପୁଣି ଫୁଟିଲା ଗୁଳି: ଯୁବକଙ୍କୁ ଗୋଡ଼ାଇ ଗୋଡାଇ ହୋଟେଲରେ ପଶିଲେ, ଭୁଜାଲିରେ ହାଣିଲେ…

ରାଉରକେଲା,୨୮l୩(ସଂଗୀତା ଜେନା): ରାଉରକେଲାରେ ପୁଣି ଗୁଳିକାଣ୍ଡ। ଗତ ମାସ ୪ ନଂ ସେକ୍ଟରରେ ଘଟିଥିବା ଗୁଳିକାଣ୍ଡ ଲୋକଙ୍କ ମନରୁ ଯାଇ ନ ଥିବା ବେଳେ ଗୁରୁବାର ରାତିରେ ଦେଓଗାଁ ନିକଟ ଏକ ହୋଟେଲରେ ଗୁଳିକାଣ୍ଡ ଘଟିଛି। ଦେଓଗାଁର ମା’ ତାରିଣୀ ହୋଟେଲରେ ଜଣେ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଯୁବକଙ୍କୁ କିଛି ଦୁର୍ବୃତ୍ତ ବାଇକରେ ଗୋଡାଉ ଥିବା ବେଳେ ସେ ହୋଟେଲ ଭିତରେ ପଶି ଯାଇଥିଲେ। ଉକ୍ତ ଯୁବକଙ୍କୁ ଗୋଡ଼ାଇ ତିନି ଜଣ ଦୁର୍ବୃତ୍ତ ହୋଟେଲ ଭିତରେ ପଶି ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଯୁବକ ଦିବ୍ୟଜ୍ୟୋତି ମହାନ୍ତି ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ହୋଟେଲ ଭିତରେ ଏବଂ ବାହାରେ
୨ ରାଉଣ୍ଡ ଗୁଳି ଚଳାଇ ଥିବା ଜଣାପଡ଼ିଛି। ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି॥ ଏ ବାବଦରେ ରଘୁନାଥପାଲି ଥାନାରେ ଏକ ମାମଲା(ନଂ ୨୦୫/୨୫)ରୁଜୁ ହୋଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share