ବିପର୍ଯ୍ୟୟର ସଙ୍କେତ

ଅଶୋକ ମୋଡି

 

ସମୁଦ୍ରପତ୍ତନରୁ ୬,୦୦୦ ଫୁଟ୍‌ ଉଚ୍ଚରେ ଥିବା ହିମାଳୟର ଜୋଷୀମଠ ଦବିଯାଉଛି। ଜାନୁୟାରୀ ପ୍ରାରମ୍ଭରେ ସେଠାରେ ଘର, ହେଟେଲ ଏବଂ ରାସ୍ତାରେ ବଡ଼ ଫାଟ ଦେଖାଯାଇଛି। ଏହି ସହରର ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଛି। ଜୋଷୀମଠ ହେଉଛି ଭାରତର ଦାୟିତ୍ୱହୀନତାର ଏକ ଗମ୍ଭୀର ପ୍ରତିଛବି। ଭୂସ୍ଖଳନ ଦ୍ୱାରା ଜମା ହୋଇଥିବା ଶିଳାଗୁଡ଼ିକର ଏକ ଦୁର୍ବଳ ସ୍ତର ଉପରେ ଜମା ହୋଇଥିବା ମାଟି ଉପରେ ଜୋଷୀମଠ ରହିଛି। ଏହା ବି ଏକ ଭୂକମ୍ପପ୍ରବଣ ଅଞ୍ଚଳରେ ଅବସ୍ଥିତ। ଜଙ୍ଗଲ ଧ୍ୱଂସ ମଧ୍ୟ ଜୋଶୀମଠ ସମସ୍ୟାକୁ ଆହୁରି ଖରାପ କରୁଛି । ଯେଉଁ ପାହାଡ଼ ଉପରେ ଜୋଷୀମଠ ଅବସ୍ଥିତ ତା’ଚଟାଣର ଉତ୍ତରପଶ୍ଚିମ ପାଦଦେଶକୁ ଅଳକାନନ୍ଦା ନଦୀ କ୍ଷୟ କରିଚାଲିଛି। ଅଧିକ ଚାପ ସମ୍ଭାଳିବାର କ୍ଷମତା ଜୋଷୀମଠର ନାହିଁ ବୋଲି ୧୯୩୦ ଦଶନ୍ଧିରୁ ସ୍ପଷ୍ଟ ହୋଇଛି। ପ୍ରଥମେ ୧୯୭୦ ଦଶନ୍ଧିରେ ଜୋଷୀମଠର ରାସ୍ତାରେ ଫାଟ ଦେଖାଯାଇଥିଲା। ୧୯୭୬ରେ ଉତ୍ତରପ୍ରଦେଶ ଦ୍ୱାରା ନିଯୁକ୍ତ ଏକ କମିଟି ଜୋଷୀମଠ(ସେତେବେଳେ ଉତ୍ତରପ୍ରଦେଶରେ ଥିଲା) ଦବିବା ସ୍ଥିତି ଉପରେ ଅନୁଧ୍ୟାନ କରିଥିଲା। ଏହା ସହ ଦବୁ ନ ଥିବା କିମ୍ବା ଭୂସ୍ଖଳନ ହେଉ ନ ଥିବା ନିର୍ଦ୍ଦିଷ୍ଟ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରିବାକୁ କମିଟି ପରାମର୍ଶ ଦେଇଥିଲା। ଏଭଳି ସତର୍କତାକୁ ଅଣଦେଖା କରାଗଲା । ସ୍ଥାନୀୟ ଆକ୍ଟିଭିଷ୍ଟମାନେ ଅସୁରକ୍ଷିତ ନିର୍ମାଣ ରୋକିବା ଲାଗି ଲଢ଼ି ସଫଳ ହୋଇପାରି ନ ଥିଲେ।
୧୯୯୦ ଦଶନ୍ଧିର ପ୍ରାରମ୍ଭରେ ଆର୍ଥିକ ଉଦାରୀକରଣ ପରେ ହିମାଳୟ ଅଞ୍ଚଳରେ ସମସ୍ୟା ବଢିବାରେ ଲାଗିଲା। ଏକ ଲାଭଦାୟକ ନିର୍ମାଣଭିତ୍ତିକ ଅନିୟନ୍ତ୍ରିତ ପୁଞ୍ଜିବାଦ ଢାଞ୍ଚାକୁ ଆପଣାଇବା ଯୋଗୁ ଏହା ଘଟିଥିଲା। ୧୯୯୩ରେ ଜୋଷୀମଠ ପାଖରେ ଥିବା ସହର ଉଲିରେ ସ୍କି-ରିସର୍ଟ ରୋପଓ୍ବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ଯୋଗୁ ସମସ୍ୟା ବଢ଼ିଲା। ଏହା ଥିଲା ଏକ ବ୍ୟାପକ ନିର୍ମାଣ କାର୍ଯ୍ୟକ୍ରମର ଅୟମାରମ୍ଭ। ରାଜ୍ୟ ସରକାର ହିମାଳୟରୁ ଉଦ୍‌ଗମ ନଦୀରେ ଜଳବିଦ୍ୟୁତ୍‌ ଡ୍ୟାମ୍‌ ନିର୍ମାଣ କରିବା ଲାଗି ଯୋଜନାଗୁଡ଼ିକ ଆରମ୍ଭ କରିଦେଲେ। ୪୦୦ ମେଗାଓ୍ବାଟ୍‌ ବିଷ୍ଣୁପ୍ରୟାଗ ପ୍ଲାଣ୍ଟ ୨୦୦୬ରେ କାର୍ଯ୍ୟକ୍ଷମ ହେଲା। ଏହାସହ ବିବାଦୀୟ ୫୨୦ ମେଗାଓ୍ବାଟ୍‌ ତପୋବନ-ବିଷ୍ଣୁଗଡ ଡ୍ୟାମ୍‌ ସେହି ବର୍ଷ ଆରମ୍ଭ କରାଗଲା। ଏହି ଯୋଜନାରେ ବିଦ୍ୟୁତ୍‌ଶକ୍ତି ଉପତ୍ାଦନ ପାଇଁ ଜୋଷୀମଠ ପାହାଡ଼ ପାଦଦେଶରେ ଉଲି ସ୍କି-ରିସର୍ଟର ଠିକ୍‌ ତଳେ ଏକ ଟନେଲ ନିର୍ମାଣ କରିବାକୁ ପଡ଼ିଲା। ୨୦୦୯ରେ ଟନେଲ ଖୋଳୁଥିବା ମେଶିନ ପାହାଡ଼ରେ ଥିବା ଭୂତଳ ଜଳ ଉତ୍ସକୁ କ୍ଷତିକଲା , ଯାହା ଉପରେ ଜୋଶୀମଠ ଓ ନିକଟସ୍ଥ ସହରଗୁଡ଼ିକ ନିର୍ଭରଶୀଳ ଥିଲେ। ପରେ ଧୋଇଲାମାଟି ସେହି ଶୂନ୍ୟସ୍ଥାନ ପୂରଣ କରାଯାଇଥିଲେ ମଧ୍ୟ ତାହା ଜୋଷୀମଠ ଦବିବାର ଏକ କାରଣ ବୋଲି ବିଶେଷଜ୍ଞ ଓ ପରିବେଶବିତମାନେ ବିଶ୍ୱାସ କରୁଛନ୍ତି।
ଜୁନ୍‌ ୨୦୧୩ରେ ସେହି ଅଞ୍ଚଳରେ ଏକ ପ୍ରଳୟଙ୍କରୀ ବନ୍ୟା ଯୋଗୁ ୪,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଏହି ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ତାହାର ବିଚାର କରି କୋର୍ଟ ସେହି ଅଞ୍ଚଳରେ ଅତ୍ୟଧିକ ଡ୍ୟାମ୍‌ ନିର୍ମାଣକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ। ବିଭାଗୀୟ ଅଧିକାରୀମାନେ ଡ୍ୟାମ ଓ ଏଥିସହ ଜଡ଼ିତ ବିସ୍ଫୋରଣ, ଟନେଲ ଖୋଳା, ମାଇନିଂ ଏବଂ ଜଙ୍ଗଲ ଧଂସର ବିଧ୍ୱଂସକାରୀ ପ୍ରଭାବ ବୃଦ୍ଧିକୁ ନେଇ କୋର୍ଟ ମଧ୍ୟ ବିସ୍ମୟ ପ୍ରକାଶ କରିଥିଲେ। କୋର୍ଟ ନିର୍ଦ୍ଦେଶ ବଳରେ ସରକାର ପ୍ରଖ୍ୟାତ ପରିବେଶବିତ, ବୈଜ୍ଞାନିକ ତଥା ଆକ୍ଟିଭିଷ୍ଟ କର୍ମୀ ରବି ଛୋପ୍ରାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ହିମାଳୟର ପାହାଡ଼, ନଦୀ ଏବଂ ଜନସମୁଦାୟ ବିଶ୍ୱତାପନ ଜନିତ ସଙ୍କଟରେ ଥିଲେ ବୋଲି ଜଣାଇଥିଲେ। କମିଟି ପ୍ରକାଶ କରିଥିଲା ଯେ,ସରକାରଙ୍କ ଅନିୟନ୍ତ୍ରିତ ବିକାଶ ଯୋଜନା ଯୋଗୁ ଅଧିକ ଜଙ୍ଗଲ ନଷ୍ଟ ଏବଂ ଜୈବବିବିଧତା କ୍ଷତି ହେବ। ଏସବୁ ଭବିଷ୍ୟତରେ ଏକ ବଡ଼ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିବ ବୋଲି କମିଟି ସତର୍କ କରିଦେଇଥିଲା। କମିଟି ମଧ୍ୟ ୨୩ଟି ଡ୍ୟାମର କାର୍ଯ୍ୟ ବନ୍ଦ କରିବା ଲାଗି ପ୍ରସ୍ତାବ ଦେଇଥିଲା। ଦ୍ୱିତୀୟ କମିଟି ଛୋପ୍ରା କିମଟିିର ମତକୁ ସମର୍ଥନ କରିବାରୁ ସରକାର ଏକ ତୃତୀୟ କମିଟି ନିଯୁକ୍ତ କଲେ। ଏହି କମିଟି ଅଧିକ ଡ୍ୟାମ୍‌ର କାମ ଆରମ୍ଭ କରିବାକୁ କହିଲା ଏବଂ ଜୁଲାଇ ୨୦୨୦ରେ ଅଧିକାରୀମାନେ ଜୋଷୀମଠ ପାହାଡ଼ର ପାଦଦେଶରେ ଦୁର୍ବଳ ଓ ଭୂସ୍ଖଳନ ଅଞ୍ଚଳ ଦେଇ ହେଲଙ୍ଗ-ମାରଓ୍ବ୍‌ାରି ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର୍‌ ଆହ୍ବାନ କଲେ। ଏହି ରାସ୍ତା ଦୁଇ ବର୍ଷ ପରେ ଆରମ୍ଭ କରାଗଲା। ବାସ୍ତବରେ ଏହା ଥିଲା ଏକ ପରିସଂସ୍ଥା କ୍ଷତିକାରୀ ପଦକ୍ଷେପ।
ବିପର୍ଯ୍ୟୟ ଲଗାତର ଘଟିଚାଲିଲା। ଫେବୃୟାରୀ ୨୦୨୧ରେ ଆଉ ଏକ ବନ୍ୟା ମୁଖ୍ୟତଃ ତପୋବନ-ବିଷ୍ଣୁଗଡ ଏବଂ ଅନ୍ୟ ଏକ ଡ୍ୟାମ୍‌ ସ୍ଥଳରେ ଅନେକ ଶହ ଲୋକଙ୍କ ମୃତ୍ୟୁର କାରଣ ହେଲା। ଆକ୍ଟିଭିଷ୍ଟମାନେ ଏହି ଡ୍ୟାମ୍‌ଗୁଡ଼ିକ ନିର୍ମାଣ ବନ୍ଦ କରିବାକୁ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। କୋର୍ଟ କେବଳ ଏହି ମାମଲାକୁ ଖାରଜ କରି ନ ଥିଲେ, ବରଂ ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରୁଥିବାରୁ ଆବେଦନକାରୀଙ୍କୁ ଭତ୍ସନା କରିବା ସହ ସେମାନଙ୍କ ଉପରେ ଜରିମାନା ଲାଗୁ କରିଥିଲେ। ପରେ ଅକ୍ଟୋବର ୨୦୨୧ରେ ଅତି ପ୍ରବଳ ବର୍ଷା ଯୋଗୁ ଜୋଷୀମଠ ଅଞ୍ଚଳରେ ଦେଖାଯାଇଥିବା ଫାଟ କ୍ରମଶଃ ବଡ଼ ହେଲା। ଜାନୁୟାରୀ ୨୦୨୩ ସୁଦ୍ଧା ଘର ଭୁଶୁଡ଼ିବା ଆଶଙ୍କା ଦେଖାଦେବାରୁ ସହରର ଅଧିକାଂଶ ଅଞ୍ଚଳ ବାସ ଅନୁପଯୋଗୀ ହେଲା। ଅନେକ ଶହ ପରିବାରକୁ ଆଶ୍ରୟସ୍ଥଳୀକୁ ନିଆଯାଇଛି।
ବିପତ୍ତି ବଢିବା ସହ ସେଠାକାର ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ସାମ୍‌ନାକୁ ଆସିବା କଷ୍ଟକର ହୋଇଛି। ନିିକଟରେ କେନ୍ଦ୍ର ସରକାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ଜୋଷୀମଠ ଯେଉଁଭଳି ଭାବେ ଦବୁଛି ତାହାର ସାଟେଲାଇଟ ଇମେଜ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଅଧିକାରୀମାନଙ୍କୁ ଏହି ଘଟଣା ସମ୍ପର୍କରେ ମିଡିଆ ସମ୍ମୁଖରେ କିଛି ନ କହିବାକୁ ବାରଣ କରାଯାଇଛି। କେବଳ ଜୋଷୀମଠ ନୁହେଁ ହିମାଳୟ ଅଞ୍ଚଳରେ ଆହୁରି ଅନେକ ସହର ଓ ରାସ୍ତାରେ ମଧ୍ୟ ସମାନ ପ୍ରକାର ସମସ୍ୟା ଦେଖାଯାଉଛି। ଜଙ୍ଗଲ ପଦା ହେବା, ହ୍ରଦ, ଆର୍ଦ୍ରଭୂମି ଏବଂ ପ୍ରାକୃତିକ ଜଳାଶୟ ଉପରେ ନିର୍ମାଣ କାର୍ଯ୍ୟ ଚାଲିବା, ସହରାଞ୍ଚଳରେ ବର୍ଜ୍ୟ ପାହାଡ ସଦୃଶ ଠୁଳ ହେବା ଯୋଗୁ ହିମାଳୟ ଅଞ୍ଚଳରେ ବ୍ୟାପକ ପରିବର୍ତ୍ତନ ଦେଖାଯିବା ସହ ବିପଦ ବଢିବାରେ ଲାଗିଛି। ଏହା ସହ ନଦୀଗୁଡ଼ିକ ଅତ୍ୟଧିକ ପ୍ରଦୂଷିତ ହୋଇଯାଇଛି।
ତଥ୍ୟକୁ ଅତିରଞ୍ଜିତ କରିବାର ସରକାରଙ୍କ ଅଭ୍ୟାସ ତାଙ୍କ ଉତ୍ତରଦାୟିତ୍ୱ ଅଭାବକୁ ବି ସୂଚାଉଛି। ୨୦୧୫ରେ ଏକ ଡେଟା ରିଭିଜନ ପରେ ମୋଟ ଘରୋଇ ଉପତ୍ାଦ ଅଭିବୃଦ୍ଧି ଅକଳ୍ପନୀୟ ଭାବେ ବୃଦ୍ଧି ପାଇଥିଲା ବୋଲି ସରକାର କହିଥିଲେ। କିନ୍ତୁ ୨୦୧୮ରେ ଯେତେବେଳେ ଗରିବୀ ବଢିଥିବା ଜଣାପଡ଼ିଲା ସେତେବେଳେ ସରକାର ନିଜ ସର୍ଭେକୁ ରଦ୍ଦ କରିଥିଲେ। ନିଯୁକ୍ତି ସଙ୍କଟ ଥିବା ସତ୍ତ୍ୱେ ଅର୍ଥମନ୍ତ୍ରୀ ଆଶ୍ଚର୍ଯ୍ୟଜନକ ଭାବେ ଅବାସ୍ତବ ବେରୋଜଗାର ତଥ୍ୟ ପ୍ରକାଶ କରିଥିଲେ। ଆର୍ଥିକ ଆଲୋଚନା ଏବଂ ନୀତିକୁ ନେଇ କିଛି ନ ଜାଣିବା କିମ୍ବା ନ ଶୁଣିବାର ଛଳନା କରି କ୍ଷତିକାରକ କାମକୁ ଅଣଦେଖା କରୁଛନ୍ତି ଭାରତର ପ୍ରତିଷ୍ଠିତ ନୀତିନିର୍ଦ୍ଧାରକ ବର୍ଗ । ଏଭଳି ବିପର୍ଯ୍ୟୟକୁ ପ୍ରକୃତି ବିଚଳନର ଦ୍ୱାହି ଦେଇ ସେମାନେ ଜୋଷୀମଠର ଭାଗ୍ୟକୁ ଅନ୍ଧକାରକୁ ଠେଲି ଦେଇଛନ୍ତି। ବିପର୍ଯ୍ୟୟମୁଖୀ ଜୋଶୀମଠ ହେଉଛି ନିର୍ଲ୍ଲଜ ଉତ୍ତରଦାୟିତ୍ୱର ଏକ ପ୍ରତିଛବି ଯାହା ଭାରତୀୟ ରାଜନୀତି ଓ ସମାଜକୁ କ୍ଷତି କରୁଛି। ଜୋଷୀମଠର ବାସ୍ତବ ସ୍ଥିତି ଉପରେ ଯାଞ୍ଚ କରାଯିବା ଉଚିତ ।
ଭିଜିଟିଂ ପ୍ରଫେସର, ଇଣ୍ଟରନ୍ୟାଶନାଲ ଇକୋନୋମିକ ପଲିସି, ପ୍ରିନ୍‌ଷ୍ଟନ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri