Categories: ଫୁରସତ

ଦାଢ଼ି ରଖିପାରିବେ ଆମେରିକା ନୌସେନାର ଶିଖ୍‌ କର୍ମଚାରୀ

ନ୍ୟୁୟର୍କ: ଆମେରିକା ନୌସେନାରେ ନିଯୁକ୍ତି ପାଇଥିବା ଶିଖ୍‌ମାନେ ଏଣିକି ଦାଢ଼ି ରଖିପାରିବେ ଓ ପଗଡ଼ି ବାନ୍ଧିପାରିବେ। କଲମ୍ବିଆର ଫେଡେରାଲ ଅପିଲ୍ସ କୋର୍ଟ ଶୁକ୍ରବାର ଏହି ଐତିହାସିକ ରାୟ ଶୁଣାଇଛନ୍ତି। ନୌସେନା କର୍ମଚାରୀ ଦାଢ଼ି କାଟିବା ପାଇଁ ରହିଥିବା ନିୟମ ଧର୍ମୀୟ ସ୍ବାଧୀନତା ସୁରକ୍ଷା ଆଇନ (ଆର୍‌ଏଫ୍‌ଆର୍‌ଏ)କୁ ଏହା ଉଲ୍ଲଂଘନ କରୁଥିବା ବିଚାରପତିମାନେ କହିଥିଲେ। କର୍ପସ୍‌ ବୁଟ୍‌ କ୍ୟାମ୍ପ ନିୟମକୁ ବାଦ୍‌ ଦେବା ଲାଗି ୩ ଶିଖ୍‌ ନୌସେନା କର୍ମଚାରୀ ଐକାଶ ସିଂ, ଯଶକୀରଟ ସିଂ ଏବଂ ମିଲାପ ସିଂ ଚହଲ କଲମ୍ବିଆ ଡିଷ୍ଟ୍ରିକ୍ଟ ଫେଡେରାଲ କୋର୍ଟରେ ଆବେଦନ କରିଥିଲେ।

Share