ପ୍ରସ୍ତୁତ ହେଲା ସିଙ୍ଗଲ ଡୋଜ୍‌ କରୋନା ଟିକା

ଓ୍ବାଶିଂଟନ,୨୫।୨: କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏପରିସ୍ଥଳେ ଭାରତ ସମେତ କେତେକ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ ହୋଇସାରିଛି। ଏସବୁ ପ୍ରତିଷେଧକ ଟିକାର ୨ଟି ଡୋଜ୍‌ ନେବାକୁ ପଡୁଛି। କିଛି ଦିନ ବ୍ୟବଧାନରେ ଏହି ୨ ଡୋଜ୍‌ ଦିଆଯାଉଛି। ତେବେ ଜନସନ୍‌ ଆଣ୍ଡ ଜନସନ୍‌ ପକ୍ଷରୁ ଏକ ସିଙ୍ଗଲ ଡୋଜ୍‌ ଟିକା ପ୍ରସ୍ତୁତ କରାଯାଇଛି। ଏହି ଟିକା ୬୬ ପ୍ରତିଶତ ପ୍ରଭାବଶାଳୀ ବୋଲି ଆମେରିକା ନିୟାମକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ବ୍ୟବହାର ପାଇଁ ଖୁବ୍‌ ଶୀଘ୍ର ଅନୁମତି ପ୍ରଦାନ କରାଯିବା ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ବଜାରକୁ  ଟିକା ଆସିଲେ କେବଳ ଥରେ ଏହାକୁ ନେବାକୁ ପଡ଼ିବ। ଜନସନ୍‌ର ସିଙ୍ଗଲ ଡୋଜ୍‌ ଟିକା କରୋନା ବିରୋଧରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ସକ୍ଷମ ହୋଇପାରିବ ବୋଲି ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ଼ମନିଷ୍ଟ୍ରେଶନ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।

Share