ଜର୍ମାନୀରେ ଭାରତ-ମୋଦି ବିରୋଧୀ ରାଲି କରୁଥିଲେ ପାକିସ୍ତାନୀ: ହାତରେ ତ୍ରିରଙ୍ଗା ଧରି ଏକା ଲଢ଼ିଲେ ଜଣେ ଭାରତୀୟ, ଆଉ ତା ପରେ…

ଫ୍ରାଙ୍କଫର୍ଟ,୧୮।୮: ପାକିସ୍ତାନ ବିଦେଶରେ ଭାରତ ବିରୋଧୀ ପ୍ରଚାର ପାଇଁ ଲଗାତାର ଭାବେ ଅର୍ଥ ପ୍ରଦାନ କରୁଛି। କଶ୍ମୀର ପ୍ରସଙ୍ଗରେ ହାର୍‌ ମିଳିବା ପରେ ପାକିସ୍ତାନ ଏବେ ଖଲିସ୍ତାନ ସମର୍ଥକଙ୍କ ସହ ମିଶି ବିଶ୍ୱର ବିଭିନ୍ନ ଦେଶରେ ଭାରତ ବିରୋଧରେ ରାଲି କରୁଛିି। ଏହି କ୍ରମରେ ଅଗଷ୍ଟ ୧୫ରେ ଶହ ଶହ ପାକିସ୍ତାନୀ ଏବଂ ଖଲିସ୍ତାନୀ ଜର୍ମାନୀର ଫ୍ରାଙ୍କଫର୍ଟରେ ଏକ ରାଲି କରିଥିଲେ। ହେଲେ ଜଣେ ଭାରତୀୟ ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପ୍ରଶାନ୍ତ ଭେଙ୍ଗୁରଲେକର ନାମକ ଉକ୍ତ ବ୍ୟକ୍ତି ଫ୍ରାଙ୍କଫର୍ଟରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ(କନସୁଲେଟ୍‌)ରେ ଅନୁଷ୍ଠିତ ହୋଇଥିବା ଅଗଷ୍ଟ ୧୫ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ସେ ପାକିସ୍ତାନୀ/ଖଲିସ୍ତାନୀ ସମର୍ଥକଙ୍କ ଏକ ଶୋଭାଯାତ୍ରା ଦେଖିବାକୁ ପାଇଥିଲେ। ପ୍ରାୟ ୧୦୦ଜଣ ବିକ୍ଷୋଭକାରୀ ମାଇକ୍‌ ଧରି ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ। ଯେତେବେଳେ ପ୍ରଶାନ୍ତ ତାଙ୍କ ଭିଡିଓ କରିବାକୁ ଚାହିଁଥିଲେ, ସେତେବେଳେ କିଛି ବିକ୍ଷୋଭକାରୀ ତାଙ୍କୁ ଦୁର୍ବବ୍ୟହାର କରିଥିଲେ। ହେଲେ ପ୍ରଶାନ୍ତ ଏକୁଟିଆ ଥାଇ ମଧ୍ୟ ନିଜ ଜାଗାରୁ ଅନ୍ୟତ୍ର ଯାଇ ନ ଥିଲେ। ନା ଭୟଭୀତ ହୋଇଥିଲେ। ଏହି ସମୟରେ ସେ ହାତରେ ତ୍ରିରଙ୍ଗା ଧରିଥିବା ଦେଖାଯାଇଥିଲା।

ଏହାର କିଛି ସମୟ ପରେ ପ୍ରଶାନ୍ତଙ୍କୁ ବିକ୍ଷୋଭକାରୀମାନେ ଘେରି ଯାଇଥିଲେ। ହେଲେ ସେ ନ ଡ଼ରି ‘ଭାରତ ମାତା କି ଜୟ’ ‘ସାରେ ଜହାଁ ସେ ଅଚ୍ଛା’ ଗାଇଥିଲେ। ହିସାଂ ପରିସ୍ଥିତି ହେବା ସନ୍ଦେହକରି ଫ୍ରାଙ୍କଫର୍ଟର ପୋଲିସ ପରିସ୍ଥିତି ସମ୍ଭାଳି ନେଇଥିଲେ। ହେଲେ ଜଣେ ପାକିସ୍ତାନୀ ବିକ୍ଷୋଭକାରୀ ପ୍ରଶାନ୍ତଙ୍କ ଫୋନ୍‌ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ତାହା ନ କରିପାରିବା ଯୋଗୁ ତ୍ରିରଙ୍ଗା ଛଡ଼ାଇନେଇଥିଲେ। ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଧରିବାକୁ ଚେଷ୍ଟା କରିବା ପରେ ସେ ଦୌଡ଼ି ପଳାଇଥିଲେ। ପ୍ରଶାନ୍ତ ନିଜେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାକୁ ଅନେକେ ପସନ୍ଦ କରିବା ସହ ପ୍ରଶାନ୍ତଙ୍କ କାମକୁ ବେଶ୍‌ ପ୍ରଶଂସା କରାଯାଉଛି।

Share