ତୋଟାରୁ ମିଳିଲା ନରକଙ୍କାଳ

ବିଷମକଟକ,୩୦ା୯(ବିଭୂତି ନାୟକ): ରାୟଗଡ଼ା ଜିଲା ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମ ୧୨ ବଖରା ଅଞ୍ଚଳର ନୀଳଗିରି ତୋଟାରେ ଏକ ନର କଙ୍କାଳ ଠାବ କରିଛି ପୋଲିସ। ଏହି ନରକଙ୍କାଳ ନିର୍ଗୁଣ୍ଡି ଗ୍ରାମର ସ୍ବାମ ମାଣ୍ଡିକାର ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି। ତେବେ ସ୍ବାମ ମାଣ୍ଡିକା ବହୁଦିନ ହେବ ମାନସିକ ଅବସ୍ଥାରେ ଗାଁରୁ ଗାଁ ବୁଲୁଥିଲା। ଦୀର୍ଘଦିନ ଧରି ନିଜଗ୍ରାମକୁ ଆଉ ଫେରି ନ ଥିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ତେବେ ଶୁକ୍ରବାର ନୀଳଗିରି ତୋଟାଠାରେ ଏକ ନରକଙ୍କାଳ ଦେଖିଥିଲେ। ଏହା ସ୍ବାମ ମାଣ୍ଡିକାର ନର କଙ୍କାଳ ସନ୍ଦେହରେ ପୋଲିସକୁ ସୂଚନା ଦେଇଥିଲେ। ଏନେଇ ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଶନିବାର ସେଠାକୁ ଯାଇ ଉକ୍ତ ନର କଙ୍କାଳ ଠାବ କରିବା ପରେ ସାଇଣ୍ଟିଫିକ୍‌ ଟିମ୍‌କୁ ସୂଚନା ଦେଇଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଜାରି ରହିଥିବା ବେଳେ ପୋଲିସ ମଧ୍ୟ ପଚରାଉଚରା କରୁଥିବା ଆଇଆଇସି ଅମଳ ସର୍ଦ୍ଦାର ସୂଚନା ଦେଇଛନ୍ତି।

Share