କରୋନାର ଦ୍ୱିତୀୟ ଡୋଜ ଟିକା ନେଲେ ମିଳିବ ସ୍ମାର୍ଟ ଫୋନ

ରାଜକୋଟ,୫ ।୧୨: କରୋନା ମହାମାରୀର ଭୟାବହାତାକୁ ଦେଖି ଏବେ ଟିକାକରଣ ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛି । ଗୁଜରାଟର ରାଜକୋଟ ମ୍ୟୁନିସିପାଲ କର୍ପୋରେଶନ ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବାକୁ ଯାଇ ସ୍ମର୍ଟ ଫୋନ ଉପହାର ଦେବାକୁ ଘୋଷଣା କରିଛି । ଡିସେମ୍ବର ୪ରୁ ୧୦ ମଧ୍ୟରେ ଯେଉଁମାନେ କରୋନା ଟିକାର ଦ୍ୱିତୀୟ ଡୋଜ ନେଇଥିବେ ସେମାନଙ୍କ ମଧ୍ୟରୁ ଲକି ୱିନର ବଛାଯାଇ ଏକ ସ୍ମାର୍ଟ ଫୋନ ପ୍ରଦାନ କରଯିବ । ଲକି ଡ୍ର ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରାଯିବ । ଫୋନର ମୂଲ୍ୟ ୫୦ ହଜାର ଟଙ୍କା ବୋଲି କହିଛନ୍ତି ମ୍ୟୁନିସିପାଲ କମିଶନର ଅମିତ ଆରୋରା । ସୂଚନାଯୋଗ୍ୟ, କରୋନା ମହାମାରୀର ନୂଆ ରୂପ ଓମିକ୍ରନ ଭାରିଏଣ୍ଟ ଏବେ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିଯାଇଥିବା ବେଳେ ଭାରତରେ ମଧ୍ୟ ୪ ଜଣ ଚିହ୍ନଟ ହେଲେଣି । ଏହାକୁ ରୋକିବା ପାଇଁ ଟିକା ଏକମାତ୍ର ମାଧ୍ୟମ ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ ଟିକାକରଣ ଉପରେ ସମସ୍ତ ରାଜ୍ୟ ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାର କହିଛନ୍ତି ।

Share