ଶୋଇଥିବାବେଳେ କାମୁଡିଲା ସାପ: ଗାଁକୁ ରାସ୍ତା ନ ଥିବାରୁ ଚାଲିଗଲା ଜୀବନ

ବାଲିଗୁଡା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଡଙ୍ଗାମିଲା ଗ୍ରାମର ଉଷପ ମଲ୍ଲିକ (୩୫) ରବିବାର ରାତିରେ ନିଜ ପିଲା ଓ ସ୍ତ୍ରୀ ସହିତ ଘରେ ଶୋଇଥିବା ବେଳେ ଗୋଡରେ ସାପ କାମୁଡି ଦେଇଥିଲା। ଏହା ପରେ ପରିବାର ଲୋକ ରାତିରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଚେଷ୍ଟା କରିଥିଲେ। କିନ୍ତୁ ଗାଁକୁ ରାସ୍ତା ନ ଥିବାରୁ ବଣ ପାହାଡ ଦେଇ ଆଣିବା ପାଇଁ ସାହସ କରି ପାରି ନ ଥିଲେ l ସକାଳୁ କୌଣସି ମତେ ମେଡିକାଲକୁ ଆଣୁଥିବାବେଳେ ଅଧା ରାସ୍ତାରେ ଉଷପଙ୍କ ମୃତ୍ୟୁ ହୋଇଥିଲା ।