ମନଇଚ୍ଛା ଧରି ପାରିବେନି ସାପ

ଭୁବନେଶ୍ୱର,୧୦।୮(ଅନିଲ ଦାସ)ରାଜ୍ୟରେ ସାପ କାମୁଡ଼ାରେ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ ଯାଉଛି। ସାପଗୁଡ଼ିକ ଜନବସତିକୁ ପଶି ଆସୁଥିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ଗତ କିଛିଦିନ ହେବ ରାଜ୍ୟରେ ସାପ ଆତଙ୍କ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସାପ ଧରିବା ଓ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଛାଡ଼ିବା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ସାପଧରାଳିମାନଙ୍କୁ ଏଥିପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରୁ ସାର୍ଟିଫିକେଟ ନେବା ବାଧ୍ୟତାମୂଳକ। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ-୧୯୭୨ର ସେକ୍ସନ-୧୧ ଅନୁଯାୟୀ ତାଲିମ ଓ ସାର୍ଟିଫିକେଟ ପ୍ରଦାନ କରାଯିବ। ସେମାନଙ୍କ ପାଇଁ ୨ ଦିନିଆ ତାଲିମକୁ ବାଧ୍ୟତାମୂଳକ କରାଯାଇଛି। ଏହି ସାର୍ଟିଫିକେଟ ୫ ବର୍ଷ ପାଇଁ ବୈଧ ରହିବ। ତାଲିମ ପରେ ଡିଏଫ୍‌ଓ ସାର୍ଟିଫିକେଟ ପ୍ରଦାନ କରିବେ। ଯଦି କୌଣସି ତାଲିମପ୍ରାପ୍ତ ସାପଧରାଳି ବେଆଇନ କାର୍ଯ୍ୟରେ ଲିପ୍ତ ରହିବେ ତେବେ ତାଙ୍କ ସାର୍ଟିଫିକେଟକୁ ରଦ୍ଦକରି ଦିଆଯିବ। ସରକାରୀ ସ୍ବୀକୃତିପ୍ରାପ୍ତ ସାପଧରାଳିଙ୍କ ନାମ ଜଙ୍ଗଲ ବିଭାଗ ଓ୍ବେବ୍‌ସାଇଟରେ ପ୍ରକାଶ କରାଯିବ। ଏଥିସହିତ ବିଭିନ୍ନ ଜିଲା ଓ ପୌରାଞ୍ଚଳରେ ମଧ୍ୟ ଏ ନେଇ ସୂଚନା ପ୍ରଦାନ କରାଯିବ। ତାଲିମପ୍ରାପ୍ତ ସାପଧରାଳି ବିଭିନ୍ନ ଅଞ୍ଚଳରୁ ଆସୁଥିବା ପ୍ରକୃତ କଲ୍‌ଗୁଡ଼ିକୁ ଗ୍ରହଣ କରି ସାପ ଧରିବାରେ ସହାୟତା କରିବେ। ଯେଉଁଠୁ କଲ୍‌ ଆସିବ ସାପ କାମୁଡ଼ିବା କିମ୍ବା ଏଥିଯୋଗୁ ମୃତ୍ୟୁ ବିଷୟରେ ସାପଧରାଳି ସେମାନଙ୍କୁ ସରକ୍ଷା ସମ୍ପର୍କରେ କି ପଦକ୍ଷେପ ନେବେ ତାହା ଜଣାଇବେ। ଯଦି ସାପ କାହାର କ୍ଷତି କରି ନ ଥିବ ତେବେ ତାକୁ ଧରିବାକୁ ଉଦ୍ୟମ ନ କରିବାକୁ କୁହାଯାଇଛି। ଯଦି ସାପ ପ୍ରାକୃତିକ ଆବାସସ୍ଥଳୀରେ ରହିଛି ତେବେ ତାକୁ ହଇରାଣ ନ କରିବାକୁ ପରାମର୍ଶ ଦିଆଯାଇଛି। ସାପକୁ କେଉଁଠି ଛଡ଼ାଯିବ ଓ ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କ ଦାୟିତ୍ୱ କ’ଣ ରହିବ ସେ ନେଇ ଗାଇଡ୍‌ଲାଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ବିଭାଗରୁ ସାର୍ଟିଫିକେଟ ପାଇଥିବା ସାପଧରାଳିଙ୍କ ପାଇଁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଓଏସ୍‌ଡିଏମ୍‌ଏ) ପକ୍ଷରୁ ଦିଆଯାଉଥିବା ଗ୍ରୁପ୍‌ ଇନ୍‌ସ୍ୟୁରାନ୍ସରେ ସାମିଲ କରାଯିବ। ସାପ ଧରିବା ପାଇଁ ଓସ୍‌ଡମା ପକ୍ଷରୁ ଯନ୍ତ୍ରପାତି ଯୋଗାଇ ଦିଆଯିବ। ଏଠାରେ ସୂଚନାଯୋଗ୍ୟ ଯେ ଗତ ୭ ବର୍ଷରେ ରାଜ୍ୟରେ ୬୩୫୧ ସାପ କାମୁଡ଼ା ଘଟଣା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ସରକାରଙ୍କ ଜଣେ ପ୍ରତିନିଧି ଭାବେ…

ଭୁବନେଶ୍ୱର,୧୯ା୧୦: ଶନିବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ କୃତିତ୍ୱ ହାସଲ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା...

ଓଡ଼ିଶାରେ ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍‌କୋ: ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୯।୧୦: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ମୁମ୍ବାଇରେ ଆୟୋଜିତ ହୋଇଯାଇଛି ଇଣ୍ଡିଆ କେମ୍‌ ୨୦୨୪। ଏଥିରେ...

ଓଏଏସ୍‌ ରେଜଲ୍ଟ ପ୍ରକାଶ: ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର, ଟପ୍‌ ଟେନ୍‌ରେ ଅଛନ୍ତି…

ଭୁବନେଶ୍ୱର,୧୯ା୧୦: ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ।  ଏହାର ତାଲିକା ଓଡ଼ିଶା ଲୋକସେବା ଆୟୋଗର ଓ୍ବେବ୍‌ସାଇଟ୍‌ www.opsc.gov.inରେ ଉପଲବ୍ଧ। ଏଥିରେ ମୋଟ୍‌ ୬୮୩ ଜଣ...

ଆତଙ୍କ ଖେଳାଇଥିବା କୁମ୍ଭୀରକୁ ମାଡ଼ିବସିଲା ମତ୍ସ୍ୟଜୀବୀ

ପୁରୀ,୧୯।୧୦: ପୁରୀ ଜିଲାରେ ଆତଙ୍କ ଖେଳାଇଥିବା କୁମ୍ଭୀର ଶନିବାର ଧରାପଡ଼ିଛି। କୁମ୍ଭୀରଟି ମତ୍ସଜୀବୀଙ୍କ ଜାଲରେ ପଡ଼ିଛି। ମତ୍ସ୍ୟଜୀବୀମାନେ କୁମ୍ଭୀରକୁ କାବୁ କରି ବନ ବିଭାଗକୁ ଖବର...

ଭୁବନେଶ୍ବର- କଟକରେ ୩ ଘଣ୍ଟା ପ୍ରବଳ ଛେଚିବ

ଭୁବନେଶ୍ୱର,୧୯।୧୦: ଭୁବନେଶ୍ବର ଓ କଟକରେ ୩ ଘଣ୍ଟା ଯାଏ ବର୍ଷିବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଟୁଇନ୍‌ସିଟିକୁ ହାଇ...

ବିଧାୟକ ଦଳ ନେତା ଦେଲେ ବଡ଼ ସୂଚନା, ଦୀପାବଳି ପୂର୍ବରୁ…

ଭୁବନେଶ୍ୱର,୧୯ା୧୦: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା...

ରାଜଧାନୀରେ ଚାଞ୍ଚଲ୍ୟ, ସେଲୁନ୍‌ ନାଁରେ ଚାଲିଥିଲା ସେକ୍ସ ରାକେଟ୍‌

ଭୁବନେଶ୍ୱର,୧୯।୧୦: ରାଜଧାନୀରେ ଫିଟିଲା ସେକ୍ସ ରାକେଟର କଳା କାରନାମା । ରାଜଧାନୀ ଭୁବନେଶ୍ୱରରେ ଏକ ସେଲୁନ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିଲା ସେକ୍ସ ରାକେଟର...

ଆସିଲା ଆଲର୍ଟ, ସୃଷ୍ଟି ହେଲା ବଡ଼ ଘୂର୍ଣ୍ଣିବଳୟ, ଏହି ଜିଲାରେ…

ଭୁବନେଶ୍ୱର,୧୯।୧୦: ବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା, ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ପୂର୍ବାନୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri