Categories: ଫୁରସତ

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ ବେଞ୍ଚ ଉପରକୁ ଚଢ଼ିଯାଇଥିଲେ।

ଛାତ୍ରୀଛାତ୍ରଙ୍କ ଦ୍ୱାରା ରେକର୍ଡ ହୋଇଥିବା ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭିଡିଓକୁ ୫୦ ହଜାର ପାଖାପାଖି ଲୋକ ଲାଇକ୍‌ କରିଥିବା ବେଳେ କିଛି ୟୁଜର ଏହାକୁ ଶେୟାର ମଧ୍ୟ କରିଛନ୍ତି। ୟୁଜର୍ସମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।

ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ସ୍ନେକ୍‌ ହେଲ୍ପଲାଇନରଙ୍କୁ ଫୋନ୍‌ କରିବାରୁ ସେ ଆସି ସାପକୁ କ୍ଲାସ୍‌ରୁମ୍‌ରୁ ବାହାର କରିଥିଲେ। ଏହା ପରେ ପିଲାମାନଙ୍କ ମଧ୍ୟରୁ ଭୟ ଦୂର ହୋଇଥିଲା।

ଅନ୍ୟପକ୍ଷରେ ଜାରି ରହିଥିବା ବର୍ଷା ଯୋଗୁ ଏହି ଅଞ୍ଚଳରେ ସାପ ଦେଖିବାକୁ ମିଳୁଛି।

Share