ଇଣ୍ଟରନେଟ୍‌ ପାଇଁ ବିନାଶ ଆଣିବ ସୌରଝଡ଼

ଓ୍ବାଶିଂଟନ୍‌,୧୩ା୭(ପି.ଟି.): ଆସନ୍ତା ୨ ବର୍ଷ ମଧ୍ୟରେ ସୂର୍ଯ୍ୟ ଚରମ ସ୍ଥିତିରେ ପହଞ୍ଚତ୍ବ। ଫଳରେ ଅନେକ ମାସ ଧରି ସୌରଝଡ଼ ଲାଗିରହିବ। ଇଣ୍ଟରନେଟ୍‌ ପାଇଁ ଏହା ବିନାଶକାରୀ ସାଜିବା ସହ ବିଶ୍ୱ ଅର୍ଥନୀତିକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିବ ବୋଲି ଆମେରିକୀୟ ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସୂର୍ଯ୍ୟର ସୌରଚକ୍ରରୁ ସୌରଝଡ଼ ସୃଷ୍ଟି ହେଉଥିବାରୁ ଏହା ଉପରେ ଅଧିକ ତଥ୍ୟ ଜାଣିବା ପାଇଁ ବୈଜ୍ଞାନିକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି। ବେଳେବେଳେ ସୌରଝଡ଼ ଏତେ ବିନାଶକାରୀ ହୋଇଥାଏ ଯେ ପୃଥିବୀରେ ଯୋଗାଯୋଗ ବ୍ୟବସ୍ଥାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇପାରେ। ଓ୍ବାଶିଂଟନ୍‌ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସୂର୍ଯ୍ୟ ୨୦୨୫ ସୁଦ୍ଧା ‘ସୋଲାର ମାକ୍ସିମମ୍‌’(ସର୍ବାଧିକ ସକ୍ରିୟ ବା ଚରମ ସ୍ଥିତି)ରେ ପହଞ୍ଚତ୍ବ। ଏହି ବିନାଶକାରୀ ସ୍ଥିତି ପାଇଁ ସାମ୍ପ୍ରତିକ ଡିଜିଟାଲ ଓ୍ବାଲର୍‌ଡ ପ୍ରସ୍ତୁତ ହୋଇ ନ ଥିବାବେଳେ ‘ଇଣ୍ଟରନେଟ ଆପୋକାଲିପ୍ସ’ ଭଳି ଶବ୍ଦ ସାମାଜିକ ଗଣମାଧ୍ୟମର ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିଛି। ଏଥିଯୋଗୁ ଅନେକ ଭ୍ରାନ୍ତ ଧାରଣା ସୃଷ୍ଟି ହେବାରେ ଲାଗିଛି। ଏହାକୁ ନେଇ ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ନାସା ଚେତାବନୀ ଜାରି କରିଛି। ତେବେ ୨୦୨୫ ସୁଦ୍ଧା ସୌରଝଡ଼ ଯୋଗୁ ଇଣ୍ଟରନେଟ ସବୁଦିନ ପାଇଁ ବନ୍ଦ ହୋଇଯିବା ଆଶଙ୍କା ଉପରେ ଏହି ସ୍ପେସ୍‌ ଏଜେନ୍ସି ପକ୍ଷରୁ କୌଣସି ମନ୍ତବ୍ୟ ଆସିନାହିଁ। କିନ୍ତୁ ଏଭଳି ସ୍ଥିତି ଉପୁଜିଲେ ସବୁବେଳେ ଇଣ୍ଟରନେଟ ଦୁନିଆରେ ମଜ୍ଜି ରହୁଥିବା ‘ଅଲ୍‌ଓ୍ବେଜ୍‌ ଅନ୍‌ଲାଇନ୍‌’ ବର୍ଗର ଲୋକେ କ’ଣ କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କେହି କେହି ଏହାକୁ ଅତିରଞ୍ଜିତ ପ୍ରଚାର ବୋଲି ବର୍ଣ୍ଣନା କରୁଥିବାବେଳେ ପ୍ରକାଶିତ ରିପୋର୍ଟ କହୁଛି, ସୌରଝଡ଼ ପ୍ରଭାବରେ ଇଣ୍ଟରନେଟ ଠପ୍‌ ହୋଇଯିବା ବିଷୟ ସମ୍ପୂର୍ଣ୍ଣ କାଳ୍ପନିକ ନୁହେଁ। ଏକ ସୌରଝଡ଼ ପୃଥିବୀରେ ପ୍ରଳୟ ସୃଷ୍ଟି କରିପାରେ। ପରସ୍ପର ସହ ଯୋଡ଼ିହୋଇଥିବା ବିଶ୍ୱରେ ଏଭଳି ବିରଳ ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ। ୧୮୫୯ରେ କ୍ୟାରିଙ୍ଗ୍‌ଟନ୍‌ ଇଭେଣ୍ଟ ଯୋଗୁ ଟେଲିଗ୍ରାଫ୍‌ ଲାଇନ୍‌ଗୁଡ଼ିକରୁ ବିଦ୍ୟୁତ୍‌ ବିଚ୍ଛୁରଣ (ସ୍ପାର୍କ) ହେବାରୁ ଅପରେଟରମାନେ ବିଦ୍ୟୁତ୍‌ ଆଘାତ ପାଇଥିଲେ। ସେହିପରି ୧୯୮୯ରେ ସୌରଝଡ଼ କାନାଡାର କ୍ୟୁବେକ୍‌ ପାଓ୍ବାର ଗ୍ରୀଡ୍‌କୁ ଅଚଳ କରିଦେଇଥିଲା। କାଲିଫର୍ନିଆ ୟୁନିଭର୍ସିଟିର କମ୍ପ୍ୟୁଟର ସାଇନ୍ସ ପ୍ରଫେସର ସଙ୍ଗୀତା ଅବ୍‌ଦୁ ଜ୍ୟୋତି କହିଛନ୍ତି, ଏପରି ଚରମ ସ୍ଥିତିକୁ ପୂର୍ବରୁ ଆମେ ସାମ୍ନା କରିନାହୁଁ। ତେଣୁ ସମ୍ଭାବ୍ୟ ସୌରଝଡ଼ ଆମ ଭିତ୍ତିଭୂମିର କେତେ କ୍ଷତି କରିପାରେ ତାହା କାହାକୁ ଜଣାନାହିଁ। ଅନେକ ମାସ ଧରି ଏହାର ପ୍ରଭାବ ରହିଲେ କେବଳ ଆମେରିକାରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ଦୈନିକ କ୍ଷତି ୧୧ ବିଲିୟନ୍‌ ଡଲାରରେ ପହଞ୍ଚତ୍ପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍‌ ଏବଂ ଡଜନେ ୱାକି-ଟକି...

ଭାଷଣ ଦେବା ସମୟରେ ଷ୍ଟେଜ ଉପରେ ମୋଦିଙ୍କୁ ଭୁଲିଗଲେ ବାଇଡେନ, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲିଯିବା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବୟସ ବଢିବା ଏବଂ ସ୍ମୃତି...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri