Categories: ବାଣିଜ୍ୟ

ଭାରତୀ ଆକ୍ସା ପକ୍ଷରୁ ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୯।୬: ବାଲେଶ୍ୱର ବାହାନଗାଠାରେ ଘଟିଥିବା ଦୁଃଖଦ ଟ୍ରେନ୍‌ ଦୁର୍ଘଟଣାରେ ପ୍ରଭାବିତ ପରିବାରଙ୍କ ବୀମା ଦାବି ଫଇସଲା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଭାରତୀ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି। ସ୍ଥିତିର ଗମ୍ଭୀରତାକୁ ନଜରରେ ରଖି ପଲିସି ଦାବିର ଶୀଘ୍ର ସମାଧାନ ପାଇଁ ମୃତ୍ୟୁକାଳୀନ ଓ ଦିବ୍ୟାଙ୍ଗ ଦାବିର ଫଇସଲା ପ୍ରକ୍ରିୟାକୁ ସହଜ କରାଯାଇଛି। ଭାରତୀ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ସରଳୀକୃତ ଦାବି ପ୍ରକ୍ରିୟା ଲାଗୁ କରାଯାଇଛି, ଯେଉଁଥିପାଇଁ ସର୍ବନିମ୍ନ କାଗଜପତ୍ର ଆବଶ୍ୟକ। ଦାବି ପ୍ରକ୍ରିୟାକରଣ ପାଇଁ ଭାରତୀ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସକୁ ପଲିସିଧାରକ କିମ୍ବା ନୋମିନି, ଆଇନଗତ ଉତ୍ତରାଧିକାରୀ ପ୍ରଦାନ କରିବାକୁ ଥିବା କାଗଜପତ୍ର ବିଷୟରେ ଓ୍ବେବସାଇଟରେ ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ଭାରତୀ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଗ୍ରାହକ ଅଧିକାରୀ ମୁଖ୍ୟ ଓ ମାର୍କେଟିଂ, ଡିଜିଟାଲ୍‌ ଓ ଅନଲାଇନ୍‌ ବିକ୍ରି ମୁଖ୍ୟ ନୀତିନ ମେହ୍‌ତା କହିଛନ୍ତି, ଏହି କଠିନ ସମୟରେ ବାଲେଶ୍ୱର ଦୁଃଖଦ ଟ୍ରେନ୍‌ ଦୁର୍ଘଟଣାରେ ପୀଡ଼ିତ ଲୋକମାନଙ୍କ ପ୍ରଭାବିତ ପରିବାର ପ୍ରତି ଅମେ ଗଭୀର ସମଦେବନା ଜଣାଉଛୁ। ଟ୍ରେନ୍‌ ଦୁର୍ଘଟଣାର ପୀଡ଼ିତମାନେ ସାମ୍ନା କରୁଥିବା ଚାପକୁ ସହଜ କରିବା ଦିଗରେ ଆମର ନିଷ୍ଠାପର ଉଦ୍ୟମ ସ୍ବରୂପ ଆମେ ଦାବି ଫଇସଲା ପ୍ରକ୍ରିୟାର ସରଳୀକରଣ କରିଛୁ ଓ ଆଶା କରୁଛୁ ଯେ ଏହି ସହଜ ପଦ୍ଧତି ଲୋକଙ୍କୁ କିଛିଟା ଆରାମ ଓ ସହାୟତା ପ୍ରଦାନ କରିବ। ଭାରତୀ ଆକ୍ସା ଲାଇଫ୍‌ରେ ପ୍ରଭାବିତ ଗ୍ରାହକମାନଙ୍କୁ ଶ୍ରେଷ୍ଠ ଆର୍ଥିକ ରିଲିଫ୍‌ ପ୍ରଦାନ କରିବା ଦିଗରେ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ ।

Share