Categories: ବାଣିଜ୍ୟ

ହାର୍‌ପିକ୍‌ ପକ୍ଷରୁ ସ୍ବତନ୍ତ୍ର କିଟ୍‌ ଉନ୍ମୋଚିତ

ଭୁବନେଶ୍ୱର,୪।୯: ହାର୍‌ପିକ୍‌ ପକ୍ଷରୁ ଏକ ସ୍ବତନ୍ତ୍ର କିଟ୍‌ ‘ସୁଶ୍‌ ଜର୍ମସ୍‌ ଆୱେ’ର ବିକଶିତ କରାଯାଇଛି। ଏପରିକି ନିକଟରେ ଉକ୍ତ କିଟ୍‌କୁ ମଧ୍ୟ ଉନ୍ମୋଚନ କରାଯାଇଛି। ବିଶେଷ କରି ସେସାମି ୱର୍କଶପ୍‌ ଇଣ୍ଡିଆ ଟ୍ରଷ୍ଟ ସହଭାଗିତାରେ ‘ସାନିଟେଶନ ହାଇଜିନ୍‌ ଏଜୁକେଶନ ଫ୍ରେମ୍‌ୱାର୍କ’ ଶୀର୍ଷକ ଉପରେ ଆଧାରିତ ଏକ ସ୍ବତନ୍ତ୍ର କିଟ୍‌ର ଉନ୍ମୋଚନ କରାଯାଇଛି।

ସେହିଭଳି ହାର୍‌ପିକ୍‌ର ମିଶନ ସ୍ବଚ୍ଛତା ଔର୍‌ ପାନି କ୍ୟାମ୍ପେନ୍‌କୁ ସମର୍ଥନ କରିବା ପାଇଁ ଉକ୍ତ ‘ସୁଶ୍‌ ଜର୍ମସ୍‌ ଆୱେ’ କିଟ୍‌କୁ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନ୍‌ଇପି ୨୦୨୦) ଏବଂ ନ୍ୟାଶନାଲ କରିକୁଲମ୍‌ ଫ୍ରେମ୍‌ ୱର୍କ (୨୦୨୨) ସହ ମିଳିତ ଭାବେ ଡିଜାଇନ୍‌ କରାଯାଇଛି। ଉକ୍ତ କିଟ୍‌ରେ ୩ଡି ପପ୍‌-ଅପ୍‌ ବୁକ୍‌, ୩ଡି ଜିଗ୍‌ସ ପଜଲ୍‌ ଓ ଏକ ଆକ୍ଟିଭିଟି ବୁକଲେଟ୍‌ ସାମିଲ ରହିଛି,ଯାହାକୁ ସେସାମିର ଲୋକପ୍ରିୟ ଚରିତ୍ର ଏଲ୍‌ମୋ, ଚମ୍‌କି, ନିଲା ଯାଦୁଗର ଓ କେକେ କୀଟାଣୁ ସାହାଯ୍ୟରେ ଉପସ୍ଥାପନ କରାଯିବ। ଏହି ପଦକ୍ଷେପ ହାର୍‌ପିକ୍‌ର ‘ସମସ୍ତଙ୍କ ପାଇଁ ସୁରକ୍ଷିତ ଶୌଚାଳୟ’ ମିଶନର ଏକ ଅଂଶ ଅଟେ। ଏ ସମ୍ପର୍କରେ ରେକିଟ୍ଟ-ସାଉଥ୍‌ ଏସିଆର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଗୌରବ ଜୈନ କହିଛନ୍ତି, ଆମେ ସମସ୍ତଙ୍କ ପାଇଁ ଏକ ସୁସ୍ଥ ପୃଥିବୀ ସୃଷ୍ଟି କରିବା ପ୍ରତି ପ୍ରତିବଦ୍ଧ ରହିଛୁ।

ଏପରିକି ସେସାମି ଇଣ୍ଡିଆ ସହ ଆମର ସହଭାଗିତା ପିଲାମାନଙ୍କଠାରେ ସ୍ବଚ୍ଛତା ସମସ୍ୟା ଓ ଶୌଚାଳୟ ସ୍ବଚ୍ଛତା ଅନ୍ତରକୁ ଦୂର କରିବା ଉପରେ ଗୁରୁତ୍ୱ ଦେଉଛି। ସେସାମି ୱର୍କଶପ୍‌ ଇଣ୍ଡିଆ ଟ୍ରଷ୍ଟ୍‌ର ମ୍ୟାନେଜିଂ ଟ୍ରଷ୍ଟି ସୋନାଲି ଖାନ୍‌ କହିଛନ୍ତି, ଆମେ ‘ସାନିଟେଶନ ହାଇଜିନ୍‌ ଏଜୁକେଶନ ଫ୍ରେମ୍‌ୱର୍କ’ ସହ ଜଡିତ ହୋଇ ‘ସୁଶ୍‌ ଜର୍ମସ୍‌ ଆୱେ’ କିଟ୍‌ର ଶୁଭାରମ୍ଭ ସହିତ ମିଶନ ସ୍ବଚ୍ଛତା ଔର୍‌ ପାନି ଅଭିଯାନ ସହ ଆମର ସହଭାଗିତାକୁ ଆଗକୁ ବଢାଇ ଉତ୍ସାହିତ ଅଛୁ। ଏହି କିଟ୍‌ ପିଲାମାନଙ୍କ ପାଇଁ ସହଜ, ନିୟୋଜନକାରୀ ଓ ମଜାଦାର ଅଟେ। ପିଲାମାନେ ସ୍ବଚ୍ଛତା ଓ ଶୌଚାଳୟ ଅଭ୍ୟାସ ଯାତ୍ରା ଶୀଘ୍ର ଆରମ୍ଭ କଲେ ଜୀବନକାଳନ ପାଇଁ ‘ସ୍ବଚ୍ଛତା ଚାମ୍ପିଅନ୍‌’ ହୋଇପାରିବେ ବୋଲି ଆମେ ବିଶ୍ୱାସ କରୁଛୁ।

Share